କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ଶିଶୁ ପୁତ୍ରଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

add-all

ଛତ୍ରପୁର : ଗତ ଶୁକ୍ରବାର ଦିନ ଛତ୍ରପୁର ତହସିଲ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା, ଗ୍ରାମ ର କେନାଳ ରେ ବୁଡି ବଡ଼ ସାହିର ମନୋଜ ପ୍ରଧାନ ଙ୍କ ଶିଶୁ ପୁତ୍ର ଚନ୍ଦନ ପ୍ରଧାନ ଙ୍କ ( ୪ ) ମୃତ୍ୟୁ ଘଟିଥିଲା l ଚନ୍ଦନ ତାଙ୍କ ର କିଛି ସାଙ୍ଗ ଙ୍କ ସହ ମିଶିକି ଖେଳୁଥିବା ବେଳେ ଗ୍ରାମ ରେ ଥିବା କେନାଳ ରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା l ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା,ଏନେଇ ସୋମବାର ଛତ୍ରପୁର ତହସିଲ ପକ୍ଷରୁ ମୃତ ଶିଶୁ ପୁତ୍ର ଚନ୍ଦନ ଙ୍କ ପରିବାର କୁ ତହସିଲଦାର ପ୍ରକାଶ କୁମାର ମିଶ୍ର ରେଡକ୍ରସ ପାଣ୍ଠି ରୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ , ଏହି ଅଵସର ରେ ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାଷ ଚନ୍ଦ୍ର ନାହାକ (କଲିଆ), ବଳରାମପୁର ଗ୍ରାମର କୁନା ସାହୁ ଏବଂ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.