ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଦ୍ଧିଜୀବୀ ସମ୍ମିଳନୀ

add-all

ଛତ୍ରପୁର : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ବୁଦ୍ଧିଜୀବି ସମ୍ମିଳନୀ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା ବିଷୟକୁ ନେଇ ଆଲୋଚନା ହୋଇଥିଲା । ଆଲୋଚକ ଭାବେ ଭାଗତ ଭାସ୍କର ଜଗନ୍ନାଥ ପଣ୍ଡା, ତରୁଣ ସନ୍ୟାସୀ ଅନୁରାଗ ଚୈତନ୍ୟ, ପୂର୍ବତନ ବିଧାୟକ ଅଶୋକ ଚୈାଧୁରୀ, ଉପଦେଷ୍ଠା ଦିବ୍ୟ ଜୀବନ ସଂଘ, ଛତ୍ରପୁର ଶାଖା ରଜନୀକାନ୍ତ ପଟ୍ଟନାୟକ, କବି ତଥା ଆଇନଜୀବି ପ୍ରଶାନ୍ତ କୁମାର ଶତପଥୀ, ପଣ୍ଡିତ ସରୋଜ ଶତପଥୀ, ଛତ୍ରପୁର ସଂକୁଳ ସଂଯୋଜକ ଶିକ୍ଷକ କୁର୍ମାରାଓ, ଗୀତା ପ୍ରଚାରକ ସ୍ୱସ୍ତି ସୁନ୍ଦର ସିଅ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମନୋରଂଜନ ଦାଶ, ସୁକାନ୍ତ ସାହୁ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଦୀପକ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.