ବ୍ରହ୍ମପୁର ପୋଲିସ ପଞ୍ଝାରେ ତିନି ଆନ୍ତଃରାଜ୍ଯ ଲୁଟେରା…

add-all

ବ୍ରହ୍ମପୁର : ପୋଲିସ ପଞ୍ଝାରେ ତିନି ଜଣ ଆନ୍ତଃରାଜ୍ଯ ଲୁଟେରା। ଗତ କିଛି ମାସ ଧରି ବିଭିନ୍ନ ରାଜ୍ୟରେ ପୋଲିସ ର ନିଦ ହଜାଇ ଦେଇଥିବା ଲୁଟେରା ଗେଙ୍ଗ ର ତିନି ଜଣ ଲୁଟେରା କୁ କାବୁ କରିବା ରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ। ଗିରଫ ତିନି ଜଣ ଅଭିଯୁକ୍ତ ହେଲେ ବିହାର କତାର ଅଞ୍ଚଳ ର ସନ୍ତୋଷ କୁମାର ନାଟ୍,ରାଜା ୟାଦବ ଓ ମନିସ୍ ୟାଦବ। ଗିରଫ ଅଭିଯୁକ୍ତ ଙ୍କ ନିକଟରୁ ନଗଦ ଟଙ୍କା ସମେତ ଲୁଟ ରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଓ ଦୁଇଟି ମଟର ସାଇକେଲ କୁ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଙ୍କ ପଛରେ ଏକ ବଡ ରାକେଟ କାମ କରୁଥାବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିବା ବେଳେ ଅନ୍ଯ ଅଭିଯୁକ୍ତ ଙ୍କୁ କାବୁ କରିବା ଲାଗି ସହରର ସମସ୍ତ ପୋଲିସ ଅଫିସର କୁ ନେଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନ ରେ ତନାଘନା ଆରମ୍ଭ ହୋଇଛି।


ସୁଚନା ମୁତାବକ ଏହି ତିନି ଜଣ ଆନ୍ତ ରାଜ୍ଯ ଲୁଟେରା ଗୁଜୁରାଟ, ବିହାର, ପଶ୍ଚିମ ବଙ୍ଗ ଓଡିଶା ଭଳି ବିଭିନ୍ନ ରାଜ୍ୟ ରେ ପର୍ଯ୍ଯାୟ କ୍ରମେ ନିଜର ପରିଚୟ ଓ ଗାଡି ର ପରିଚୟ ବଦଳାଇ ଲୁଟ ପାଟ୍ କରୁଥିବା ବେଳେ ପ୍ରମୁଖ ଭାବରେ ବ୍ୟାଙ୍କ ଉପରେ ଅଧିକ ନଜର ରଖୁଥିଲେ। ବରିଷ୍ଠ ନାଗରିକ ଙ୍କୁ ଟାର୍ଗେଟ କରି ରସାୟନିକ ପାଉଡର ଫିଙ୍ଗି ଆଖି ପିଛୁଳାକେ ଲୁଟ କରିବା ପରେ ରାଜ୍ଯ ରୁ ରାଜ୍ଯ ବୁଲି ଆତ୍ମ ଗୋପନ କରୁଥିବା କୁ ନେଇ ଆଜି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛି। ଏହି ଗେଙ୍ଗ ସହ ଆଉ କେଉ ମାନଙ୍କ ସମ୍ପୃକ୍ତ ରହିଛି ଅତିଶୀଘ୍ର ତାର ପର୍ଦାଫାସ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ସୁଚନା ଦେଇଛନ୍ତି।

ad-week
Leave A Reply

Your email address will not be published.