କାରଗିଲ ବିଜୟ ଦିବସ ଅବସରରେ ସହିଦ୍ ଏସ. ଶ୍ରୀନିବାସ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

add-all

ବ୍ରହ୍ମପୁର (୨୬/୭) : ଆମର ଚିରାଚରିତ ଶତ୍ରୁ ପାକିସ୍ଥାନ ଦ୍ଵାରା ଛଳନାତ୍ମକ ଭାବେ ଯେଉଁ କାରଗିଲ ଯୁଦ୍ଧ ଭାରତ ଉପରେ ଲଦି ଦିଆଯାଇଥିଲା ସେଥିରେ ଭାରତୀୟ ସେନା ନିଜର ଅସୀମ ପରାକ୍ରମ ଓ ସୌର୍ୟ ଦ୍ଵାରା ଯୁଦ୍ଧ କରି ପାକିସ୍ଥାନକୁ କାରଗିଲ ଯୁଦ୍ଧରେ ପରାସ୍ତ କରି ଭାରତକୁ ଯେଉଁ ବିଜୟ ପ୍ରଦାନ କରିଥିଲେ ତାହାରି ସ୍ମୃତିରେ ଆଜି ସାରା ଦେଶରେ ପାଳିତ ହେଉଥିବା କାରଗିଲ ବିଜୟ ଦିବସ ଅବସରରେ ନିଜର ବଳିଦାନ ଦ୍ଵାରା ସହିଦ୍ ହୋଇଥିବା ଭାରତ ମାତାର ବୀର ସନ୍ତାନ ମାନଙ୍କୁ ସାରା ଦେଶ ନମନ ଜଣାଉଥିବା ପରିପ୍ରେକ୍ଷୀରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାରଗିଲରେ ନିଜର ଅପୂର୍ବ ବୀରତ୍ଵ ଓ ସାହସ ପଦର୍ସନ କରି ସହିଦ୍ ହୋଇଥିବା ସହର ତଳି ଅଞ୍ଚଳ ଜଗଦଳପୁର ଗ୍ରାମର ବାସିନ୍ଦା ତଥା କାରଗିଲ ଯୁଦ୍ଧର ପ୍ରଥମ ସହିଦ୍ ଏସ. ଶ୍ରୀନିବାସ ପାତ୍ରଙ୍କୁ ତାଙ୍କ ଗ୍ରାମରେ ଅବସ୍ଥିତ ଅବୟବ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। କମିଟି ପକ୍ଷରୁ ଏହାର ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ସହିଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହି ଅବସରରେ ସେ କହିଥିଲେ ଯେ ସହିଦ୍ ଏସ. ଶ୍ରୀନିବାସ ପାତ୍ର କାରଗିଲ ଯୁଦ୍ଧରେ ଶତ୍ରୁ ପକ୍ଷର ସାମ୍ନା କରି ନିଜର ସର୍ବଶ୍ରେଷ୍ଠ ପରାକାଷ୍ଠା ପ୍ରଦର୍ଶନ କରି ଦେଶ ମାତୃକାର ସୁରକ୍ଷା ନିମନ୍ତେ ତାଙ୍କର ଚରମ ଆତ୍ମବଳି ଦେଇଥିବାରୁ ଦେଶ ତାଙ୍କ ନିକଟରେ ସର୍ବଦା କୃତଜ୍ଞତା ପ୍ରକାଶ କରୁଥିବ ।ସେ ଜଗଦଳପୁର ଗ୍ରାମକୁ ତାଙ୍କର କୃତି ଦ୍ଵାରା ସାରା ଭାରତରେ ପରିଚିତ କରିପାରିଥିବା ରୁ ଏ ମାଟି ତାଙ୍କର ବୀରତ୍ୱର ଗାଥା ଯୁଗେ ଯୁଗେ ଜନ ମାନସରେ ରହି ପ୍ରଚାର କରୁଥିବ ଏବଂ ଏ ମାଟି ନିଜକୁ ଧନ୍ୟ ମନେ କରୁଥିବ। ଦେଶ ଭକ୍ତିର ପ୍ରେରଣା ପ୍ରଦାନ କରିଥିବା ସହିଦ୍ ଏସ. ଶ୍ରୀନିବାସ ପାତ୍ର ଅମର ରହେ ସ୍ଲୋଗାନ ମଧ୍ୟରେ ତାଙ୍କର ଜୟ ଗାନ କରାଯାଇଥିଲା। ଆଜିର ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ,ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସଂଯୋଜକ ସି. ଏଚ୍. ରାମକ୍ରିଷ୍ତ୍ନା ଦାସ, ଉପ ସଂଯୋଜକ ଅନିଲ ଅଧିକାରୀ, ଉପ ସଂଗଠନ ସମ୍ପାଦକ କାହୁଁ ଚରଣ ପତି, ସହ କୋଷାଧ୍ୟକ୍ଷ କେ. ସୁଦାମ ପାତ୍ର, ସୁନିଲ ପାତ୍ର ଓ କୋରା ସେଠି ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.