ଧୋଇ ହୋଇ ଗଲା କସପଙ୍କା ପୋଲ ,ଗମନାଗମନରେ ସମସ୍ୟା

add-all

ଦାରିଙ୍ଗବାଡ଼ି (୨୬/୦୭) : ଦାରିଙ୍ଗବାଡ଼ି ବ୍ଲକ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ କସପଙ୍କା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱରା ଏକ ପୋଲ କାମ ଏହି ଦୁଇ ମାସ ପୂର୍ବେ କରା ଯାଇଥିଲା। ହେଲେ ବର୍ତ୍ତମାନର ଲଗାଣ ବର୍ଷାରେ ପୋଲକୁ ସଂଯୋଗ କରିବା ପାଇଁ ପୋଲର ଦୁଇ ପାର୍ଶ୍ଵରେ ମାଟି ପୂରଣ କରାଯାଇ ଥିଲା। ହେଲେ ବର୍ଷା ଯୋଗୁଁ ମାଟି ଧୋଇ ହୋଇ ଯିବା ଫଳରେ ବର୍ତ୍ତମାନ ଗମନା ଗମାନରେ ସମସ୍ୟା ହୋଇଥିବା କସପଙ୍କା, ତମାଙ୍ଗି, ପିଡ଼ିକାରୀପି ଓ କୁମ୍ଭାରୀପଦର ଗ୍ରାମ ବାସୀ ସୂଚନା ଦେଇଛନ୍ତି।

ମୁଖ୍ୟତ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟର ତଦାରଖ କରୁ ନଥିବାରୁ ଠିକାଦର ମାନେ ଲାଭଖୋର ମନଭାବରେ ମନ ମୁଖି କାମ କରୁଥିବା ସର୍ଵ ସାଧାରଣରେ ଚର୍ଚ୍ଚା ହେଉଛି। ଠିକାଦାର ଜଣକ ପୋଲ କାମ କରିଛନ୍ତି ହେଲେ ପୋଲକୁ ସଂଯୋଗ କରିବା ପାଇଁ ପୋଲର ଉଭୟ ପାର୍ଶ୍ଵରେ ମାଟି ବି ପୂରଣ କରିଥିଲେ ସତ, ହେଲେ ମାଟି ଧୋଇ ହୋଈ ନଯିବାପାଇଁ ସିମେଣ୍ଟ କଂକ୍ରିଟର ଗାର୍ଡ ୱାଲ ତିଆରି କରି ନଥିବାରୁ ଲଗାଣ ବର୍ଷାରେ ମାଟି ଧୋଇ ହୋଇ ବର୍ତ୍ତମାନ ଗମନା ଗମନରେ ସମସ୍ୟା ଉପୁଜିଛି। ଜରୁରୀ ପରିସ୍ଥିତିରେ ଏହି ଗ୍ରାମ ଗୁଡିକୁ ଆମ୍ବୁଲାନ୍ସ ଗାଡିତ ଯିବା ଦୂରର କଥା ଅଟୋ ବି ଯାତାୟାତ କରିପାରୁ ନଥିବା ସୂଚନା ରହିଛି। ଏଣୁ ବିଭାଗୀୟ ଅଧିକାରୀଙ୍କ ସହିତ ଜିଲା ପାଳ ଅତି ଶୀଘ୍ର ଏହି ୪ଗ୍ରାମବାସୀଙ୍କ ଗମନା ଗମନର ସୁ ବ୍ୟବସ୍ଥା କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.