
ଫୁଲବାଣୀ : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପଡି ବାଡ଼େନାଜୁ ସ୍ଥିତ ହେପି ଭ୍ୟାଲ୍ଲୀ ଚିଲଡ୍ରେନ ହୋମ ରେ ଗତ ୨ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତ ସମୟରେ ବ୍ୟବହୃତ ଦୁଇଟି ବାଇକ,ଚାରି ଗୋଟି ମୋବାଇଲ ଜବତ କରିବା ସହ , ଲୁଟ ହୋଇଥିବା ସୁନା ଚେନ ଏବଂ ଦୁଇ ହଜାର ଟଙ୍କା ଘୁ.ଉଦୟଗିରି ପୋଲିସ ଉଦ୍ଧାର କରିଛି।ସୂଚନାନୁସାରେ ୨ତାରିଖ ରାତିରେ ହାପି ଭେଲ୍ଲୀ ଚିଲଡ୍ରେନ ହୋମ ରେ ୪ଜଣ ମୁଖାଧାରୀ ଯୁବକ ହାତରେ ଭୁଜାଲି ଧରି ଘରଭିତରେ ପଶି ଭୟଭୀତ କରି ବନବାସିନୀ ରାଉତ ବେକରେ ପିନ୍ଧିଥିବା ୩ ତୋଳାର ଏକ ସୁନା ଚେନ ସହ ଦୁଇ ହାଜର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଥାନାରେ ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ ପ୍ରକାରେ ସ୍ଥାନୀୟ ଥାନା କେଶ ନଂ୮୩/୨୩ ରେ ଆଇଆଇସି ଅଜୟ କୁମାର ସ୍ୱାଇଁ ଏକ ମାମଲା ରୁଜୁ କରି ଥାନା ଏସଆଇ ଅନନ୍ତ କୁମାର ପ୍ରଧାନ ଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରିଥିଲେ।ତଦନ୍ତ ଅଧିକାରୀ ଡକାୟତି ର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ ବିଶ୍ୱସ୍ତ ସୂତ୍ରରୁ ଖବର କାଢ଼ି ସେଇ ଅନୁଷ୍ଠାନ ରେ କାର୍ଯ୍ୟରତ ରାତି ଜଗୁଆଳି ପୁଷ୍ପକ ପ୍ରଧାନ ଯିଏକି ଘଟଣା ପୂର୍ବରୁ ଛୁଟିରେ ଯାଇଥିଲେ ତାଙ୍କୁ ସନ୍ଦେହ କରି ତଦନ୍ତ ଆରମ୍ଭ କରି ଡକାୟତ ର ମାଷ୍ଟ୍ରର ମାଇଣ୍ଡ ପୁଷ୍ପକ ସମେତ ଚାରି ଜଣଙ୍କୁ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅଜୟ ସ୍ୱାଇଁ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିଲାବାଡି (ଗ୍ରୀନବାଡି)ର ପୁଷ୍ପକ ପ୍ରଧାନ(୩୮), ସିପୁବାଡି(ଦାସିଙ୍ଗବାଡ଼ି)ର ରମେଶ ଚନ୍ଦ୍ର ପ୍ରଧାନ(୪୩), ସଙ୍ଗାରିମାହା (ଗ୍ରୀନବାଡି) ର ସୁନିବ ପ୍ରଧାନ ଏଲିଅସ ମୁନା(୨୬) ଏବଂ ତପପାଙ୍ଗା (ଗ୍ରୀନବାଡ଼ି)ର ବାମଦେବ ପ୍ରଧାନ(୫୫)କୁ ଗିରଫ କରିବା ସହ ହୋଣ୍ଡା ସିଟି ହୋରନେଟ ବାଇକ ନଂOD07Z0339 ଏବଂ ହୋଣ୍ଡା ସାଇନ ନଂOD12E0207 ବାଇକ, ୪ଗୋଟି ମୋବାଇଲ ଜବତ କରିବା ସହ ଲୁଟ ସୁନା ଚେନ ଏବଂ ଦୁଇ ହଜାର ଟଙ୍କା ଉଦ୍ଧାର କରି ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି।ଗିରଫ ୪ ଅଭିଯୁକ୍ତ ଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ପୂର୍ବରୁ କନ୍ଧମାଳ ଜିଲ୍ଲାର କୋଟଗଡ, ଦାରିଙ୍ଗବାଡି ଏବଂ ବାଲିଗୁଡା ଥାନା ଅଞ୍ଚଳରେ ଡକାୟତି ମାମଲାରେ ଗିରଫ ହୋଇ ଜେଲ ଯାଇ ଫେରିଥିବା ବେଳେ ଏହି ଘଟଣାର ମାଷ୍ଟର ମାଇଣ୍ଡ ଚିଲଡ୍ରେନ ହୋମର ରାତ୍ର ଜଗୁଆଳି ଅନ୍ୟ ଅଭିଯୁକ୍ତ ଙ୍କୁ ସାମିଲ କରି ଡକାୟତି କରିଥିଲେ।