ଲଗାଣ ବର୍ଷାରେ ପ୍ରଭାବିତ ପରିବାର ବର୍ଗଙ୍କୁ ପଲିଥିନ ବଣ୍ଟନ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଠୀ ହୋଇଥିବା ବେଳେ ଜିଲ୍ଲାରେ ଅନେକ ଝାଟି ମାଟି ତଥା କଚ୍ଚା ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା । ଯାହା ଫଳରେ ବହୁ ପରିବାର ନାନା ସମସ୍ୟା ଭୋଗୁଥିବା ବେଳେ ଆଜି ଏହାକୁ ଦ୍ରୁଷ୍ଟିରେ ରଖି ମାଲକାନଗିରି ତହସିଲ ପକ୍ଷରୁ ୱାର୍ଡ ନମ୍ବର ୧୭ରେ କ୍ଷ୍ୟତିଗ୍ରସ୍ତ ପରିବାରଙ୍କୁ ପଲିଥିନ ପ୍ରଦାନ କରାଯାଇଛି ।

ଏହି ୱାର୍ଡରେ ଅନେକ ପରିବାରଙ୍କ କଚ୍ଚା ଘର ଭାଙ୍ଗିବା ସହ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କୁ ୧୭ ୱାର୍ଡର ୱାର୍ଡ ମେମ୍ବର ରାଜୀବ ଲୋଚନ ସୀସା, ଏସଡିଏ ସଭାପତି ମନୋଜ କୁମାର ପଟ୍ଟନାୟକ, ସ୍ଵଛ ସୁପର ଭାଇଜର ଜେମା ମଣି ବିଶୋଇ ତହସିଲ କର୍ମଚାରୀଙ୍କ ସହ ମିଶି ପ୍ରଥମେ ଚିହ୍ନଟ କରିଥିବା ବେଳେ ଆଜି ପ୍ରାୟ ୪୦ଟି ପରିବାରଙ୍କୁ ପଲିଥିନ ବଣ୍ଟନ କରିଥିଲେ । ଏହାସହ ଆଗାମୀ ଦିନରେ ଆଉ ଯେଉଁ କ୍ଷତିଗ୍ରସ୍ତ ପରିବାର ରହିଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରି ପଲିଥିନ ଦେବାର ବ୍ୟବସ୍ତା କରାଯିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଜିଲ୍ଲା ସଦରରେ ଥିବା ଅନ୍ୟାନ୍ୟ ୱାର୍ଡ ଗୁଡିକରେ ମଧ୍ୟ ଏହିପରି ପଦକ୍ଷେପ ନିଆଯାଇଛି ।

ad-week
Leave A Reply

Your email address will not be published.