
ହିଞ୍ଜିଳିକାଟୁ ୨୭।୭ : ଵିଜୁ ଜନତା ଦଳର ପୁର୍ବତନ ଯୁବ ସାଧାରଣ ସମ୍ପାଦକ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହିଞ୍ଜିଳି ଉପ୍ରାଵାଳକ ବାଳିକା ବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଶିଵିରକୁ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ଓଡିଶା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଉଦଘାଟନ କରିଥିବା ଵେଳେ ଏଥିରେ ରାଜ୍ୟ ଜୀବନବିନ୍ଦୁ ସଂଯୋଜକ ସୁବାସ ଚନ୍ଦ୍ର ମହାରଣା,ଜିଲ୍ଲା ସମ୍ପାଦକ ଅଜୟ କୁମାର ମହାରଣା, ରାଜ୍ୟ ସାଧାରଣ ସମ୍ପାଦକ ଶିବରାମ ଗୌଡ, ଜିଲ୍ଲା ସମ୍ପାଦକ ଜଗନ୍ନାଥ ସାବତ, ଜିଲ୍ଲା ସମ୍ପାଦକ ତରୁଣ କୁମାର ପଣ୍ଡା, ଓଡିଶା ମୋ ପରିବାର ସାଧାରଣ ସମ୍ପାଦକ ନୀଳମଣି ପଟ୍ଟନାୟକ, ବିଜେଡି ନେତା ପ୍ୟାରୀମୋହନ ପାଢି, ଗନ୍ତାୟତ ଦଳାଇ, ହିଞ୍ଜିଳିକାଟୁ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, କିରଣ କୁମାର ପଟ୍ଟନାୟକ, ଯୁଧିଷ୍ଠିର ସ୍ବାଇଁ, କାହ୍ନୁଚରଣ ଚୌଧୁରୀ ,ରମେଶ ଚନ୍ଦ୍ର ପଣ୍ଡା, ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ଜୀଵନ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିଵିରକୁ ନିର୍ବାଚନ ମଣ୍ଡଳୀର ସମସ୍ତ ମନୋନୀତ ଓ ନିର୍ବାଚିତ ପ୍ରତିନିଧି ରକ୍ତଦାତାଙ୍କୁ ଆଣିଥିଲେ। ଶିଵିର ପରିଚାଳନାରେ ସୁନିଲ ପଟ୍ଟନାୟକ, ଜିତୁ ସ୍ବାଇଁ ,ମିଥୁନ ଦାସ, ପପୁ ବାରିକ, ଙ୍କ ସମେତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ର ବହୁ ସଦସ୍ୟ ପ୍ରମୁଖ ସହାୟତା କରିଥିଲେ।ଶିଵିରରେ ୧୦୩ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।