ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

add-all

ବ୍ରହ୍ମପୁର : ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ବ୍ରହ୍ମପୁରସ୍ଥିତ ସହିଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ବକ୍ତୃତା ପ୍ରତିଯୋଗୀତା ରେ ଡ଼ଃ ପିନାକୀ ମହାନ୍ତି, ଡ଼ଃ ସବିତା ସାହୁ, ଡ଼ଃ ସୁମିତା ମିଶ୍ର ବିଚାରକ ଭାବେ ଯୋଗ ଦେଇଥିଲେ l ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍ତରରେ ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସ୍ମୃତିରେଖା ସାହୁ,ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଧ୍ୟାନଲଗ୍ନା ପାଣିଗ୍ରାହୀ , ତୃତୀୟ ସ୍ଥାନରେ ଆୟୁଷ୍ମାନ ଷଡ଼ଙ୍ଗୀ ଏବଂ ଅଷ୍ଟମ ରୁ ଦଶମ ଶ୍ରେଣୀ ସ୍ତରରେ ପ୍ରଥମ,ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଯଥାକ୍ରମେ ପ୍ରାଚିକା ପରାନିକା ପାଢ଼ୀ, ସୁମେଧା ରାଣୀ ସାହୁ, ଅଭିଶ୍ରୀ ରାଉତ ସେହିପରି ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ରେ ଯୋଗଜନ୍ମା ପାଣିଗ୍ରାହୀ, ଦ୍ୱିତୀୟ ଦ୍ୱିତୀୟ ସ୍ଥାନ ରେ ଅଲିସା ପାଢ଼ୀ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସୁଦୀପ୍ତି କେ ନାୟକ l ଆସନ୍ତା ସ୍ୱାଧୀନତା ଦିବସ ରେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ସ୍ଥିତ ଷ୍ଟାଡିୟମ୍ ଠାରେ କୃତିତ୍ୱ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ପରିଚାଳନା କରିଥିବା ସହ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ, ରବୀନ୍ଦ୍ର ସାହୁ ଓ ରାମମୂର୍ତ୍ତି ଆଚାରୀ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.