୧୯ ବର୍ଷରୁ କମ ବାଳିକା ବାଳକ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

add-all

ହିଞ୍ଜିଳିକାଟୁ (୨୮।୭) : ୩ଦିନିଆ ୧୯ ବର୍ଷରୁ କମ ବାଳିକା ବାଳକ ମାନଙ୍କ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଶୁକ୍ରବାର ଠାରୁ ଇନଡୋର୍ ଷ୍ଟାଡିୟମ ଠାରେ ଉଦଘାଟନ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରବେସନାରୀ ଆଇଏଏସ୍ ସମୀର କୁମାର ଜେନା, ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଅତିଥି ମାନେ ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ଭୀମସେନ ବେହେରା,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଓଡ଼ିଶା ମୋ ପରିବାର ରାଜ୍ୟ ସମ୍ପାଦକ ନୀଳମଣି ପଟ୍ଟନାୟକ, ଅଜୟ ମହାରଣା, ସଞ୍ଜୟ କୁମାର ପଣ୍ଡା, ସନ୍ତୋଷ କୁମାର ପଟ୍ଟନାୟକ, ହୀନ ବେହେରା, ଶରତ କୁମାର ପାତ୍ର, ପ୍ରୀତି ସାହୁ, ଏ ସୁଦର୍ଶନ,, ଶିବରାମ ଗଉଡ଼,ତହସିଲଦାର ପ୍ରଭାତ କୁମାର ପରିଡ଼ା ବିଡ଼ିଓ ସୁବ୍ରତ କୁମାର ଜେନା ଓ ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ ର ବିଭିନ୍ନ ଅଧିକାରୀ ଓ କ୍ରୀଡ଼ା ଅଧିକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ଶୁକ୍ରବାର ଆୟୋଜିତ ମ୍ୟାଚ ରେ ଆୟୁଷ ତ୍ରିପାଠୀ କୋରାପୁଟ, ପି ଅଭିରାମ ରାୟଗଡ଼ା, ରୁଦ୍ର ପ୍ରତାପ ସାମନ୍ତ ଗଞ୍ଜାମ, ଜ୍ୟୋତି ରାଦିତ୍ବ ଖୋର୍ଦ୍ଧା, ଅବିନାଶ ମୁନି, ଶୁଭମ୍ ସାହୁ କଳାହାଣ୍ଡି, ଜୟେଶ ଅଗ୍ରୱାଲ କଳାହାଣ୍ଡି,, ଭୂପତି ବାଦଲ ସମ୍ବଲପୁର, ଏନ୍ ଡି ଜଉନଏଦ ଅଖତାର କଟକ, ଶିବମ ମହାତୋ ସୁନ୍ଦରଗଡ଼,ସୁବାଶିଷ ବେହେରା ଗଞ୍ଜାମ, ଦେବାଶିଷ ପଣ୍ଡା ଭୁବନେଶ୍ବର,ସାଇ କେଶବ ମୋଦି ମୟୂରଭଞ୍ଜ,ତହସିଫ ଗାନ ସମ୍ବଲପୁର, ଓମକାର କ୍ରିଷ୍ଣା ସୁନ୍ଦରଗଡ଼, ଅମୟ କୁମାର ନାୟକ ବାଲେଶ୍ଵର, ଘେନି ଶାଶ୍ଵତ କୋରାପୁଟ,ଶ୍ରୟାଂଶ ପରିଡ଼ା ସୁନ୍ଦରଗଡ଼, ସ୍ମୃତି ରଞ୍ଜନ ରାଉତ କୋରାପୁଟ, ଶ୍ରୀଜିତ ବାନାର୍ଜୀ ଖୋର୍ଦ୍ଧା, ଅର୍ପିତ ପଣ୍ଡା କଳାହାଣ୍ଡି, ଭବିଷ୍ୟ କୁମାର ସିଂ ସୁନ୍ଦରଗଡ଼, ଆରୟା ମାଝୀ ବାଲେଶ୍ଵର ପ୍ରମୁଖ ବିଜେତା ଖେଳାଳି ପରବର୍ତ୍ତୀ ରାଉଣ୍ଡ କୁ ଉନ୍ନୀତ ହୋଇଛନ୍ତି। ରବିବାର ଚମ୍ପିୟାନସିପ ର ଉଦଯାପନୀ ହେବ। ଟୁର୍ଣ୍ଣାମେଣ୍ଟରେ ପୌର କର୍ମଚାରୀ ଙ୍କ ସହ ସ୍ଥାନୀୟ କ୍ରୀଡ଼ାପ୍ରେମୀ ସହଯୋଗ କରିଛନ୍ତି।

ad-week
Leave A Reply

Your email address will not be published.