ନିର୍ମାଣଧିନ ଘରର କାନ୍ଥ ପଡ଼ି ବାପ ମୃତ ପୁଅ ଗୁରୁତର…

add-all


ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ତେଲେଙ୍ଗାପଦର ପଞ୍ଚାୟତ ର ଆଙ୍କୁଲପଦର ଗ୍ରାମର ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ର କାମ କରୁଥିବା ସମୟରେ ପାଖ ଘର କାନ୍ଥ ପଡ଼ି ବାପ ର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଘଟଣାରୁ ଜଣାପଡିଛି ଯେ ଅଦିନିଆ ବର୍ଷା ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମିଳିଥିବା କାର୍ଯ୍ୟଦେଶ ପାଇ ଫାଉଣ୍ଡେସନ ଖୋଳୁଥିବା ବେଳେ ଫାଉଣ୍ଡେସନ କୁ ଲାଗିଥିବା ଘର ର କାନ୍ଥ ପଡ଼ି ବାପ ଓ ପୁଅ କାନ୍ଥ ତଳେ ଚାପି ହୋଇ ଯାଇଥୀଲେ। ଗ୍ରାମବାସୀ ମାନେ ଖବର ପାଇ ଉଭୟ ଙ୍କୁ ଉଦ୍ଧାର କରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲ ରେ ଭର୍ତ୍ତି କରି ଥିଲେ। ତେବେ ଡାକ୍ତର ବାପ ଜଗୁ ମୁଦ୍ରିକା (୫୫) କୁ ମୃତ ଘୋଷଣା କରିଥିଲେ। ପୁଅ ଜଳନ୍ଧର ମୁଦ୍ରିକା ୩୫) ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।


ad-week
Leave A Reply

Your email address will not be published.