ଗଞ୍ଜେଇ ମାମଲା : ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ୫ ମୁଦାଲା ନିର୍ଦୋଷରେ ଖଲାସ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ସେସନ୍ସ ଜଜ ଦିଲ୍ଲୀପ କୁମାର ବିଶ୍ଵାଳ ଏକ ଗଞ୍ଜେଇ ମାମଲା ର ଶୁଣାଣୀ କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ପାଞ୍ଚ ଜଣ ମୁଦାଲା ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି l ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଗଡ଼ ଥାନା ବନେଗାଁ ଅଞ୍ଚଳ ବାସିନ୍ଦା ଉପେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ରମେଶ ପ୍ରଧାନ, ପର୍ଶୁରାମ କହଁର,ଓ ରବିଚନ୍ଦ୍ର ପ୍ରଧାନ ଏହି ପାଞ୍ଚ ଜଣଙ୍କ ଘର ଉପରେ ଗତ ୨୦୧୫ ମସିହା ମଇ ମାସ ୨୪ ତାରିଖ ରେ ଭୁବନେଶ୍ୱରରୁ ଆସିଥିବା ଏସଟିଏଫ ଟିମ ଅଚାନକ ଚଢ଼ାଉ କରି ଗଞ୍ଜେଇ ଜବତ କରି ସେମାନଙ୍କ ନାମରେ ଜି.ଆର. କେଶ ନଂ.୫୫/୨୦୧୫ ପ୍ରକାରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ l ଏହାର ଶୁଣାଣୀ କରି ବାଲିଗୁଡା ଅତିରିକ୍ତ ସେସନ୍ସ ଜଜ ଦିଲ୍ଲୀପ କୁମାର ବିଶ୍ଵାଳ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ପାଞ୍ଚ ଜଣ ମୁଦାଲା ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି l ମୁଦାଲାଙ୍କ ତରଫରୁ ସ୍ଥାନୀୟ ଓକିଲ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ l

ad-week
Leave A Reply

Your email address will not be published.