ମିଶନ୍ ଶକ୍ତି କାଫେ ଉଦ୍‌ଘାଟିତ

add-all

ଛତ୍ରପୁର : ସ୍ଥାନୀୟ ଜିଲ୍ଲା ପରିଷଦ ପରିସରରେ ଥିବା ମିସନ୍ ଶକ୍ତି କାଫେକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି । ଛତ୍ରପୁର ଏନ୍‌ଏସି ଅନ୍ତର୍ଗତ ସିଦ୍ଧଭୈରବୀ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ମିସନ୍ ଶକ୍ତି କାଫେକୁ ଜିଲ୍ଲାପାଳ ଉଦ୍‌ଘାଟନ କରିବା ସହିତ ସେଠାରେ ଚା’ ଓ ଜଳଖିଆ ଖାଇଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଚା’ ଓ ଜଳଖିଆ ଖାଇବାକୁ କହି ଜିଲ୍ଲାପାଳ ଶ୍ରୀ ପରିଡା ନିଜ ଏବଂ ଅନ୍ୟମାନଙ୍କ ବିଲ୍ ପୈଠ କରିଥିଲେ । ମିସନ୍ କାଫେ ଅତି ଆକର୍ଷଣୀ ହୋଇଥିବା ବେଳେ ସ୍ୱୟଂସହାୟିକା ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚା’ ଓ ଜଳଖିଆ ଉତ୍ତମ ହୋଇଥିବା ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅତିଥି ଏବଂ ଜନସାଧାରଣ ମହିଳା ଗୋଷ୍ଠୀଙ୍କୁ ପ୍ରଶଂସା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭୀ.କୀର୍ତ୍ତି ଭାସନ୍‌, ଡୁଡା ପିଡି ନୀଳମାଧବ ଭୋଇ, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ ସାହୁ, ମିସନ୍ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ୱତ କୁମାର ସାହୁ,ଓଡିଶା ଜୀବିକା ମିସନ୍ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ନବୀନ ସେନାପତି, ଜିଲ୍ଲା ପରିଷଦର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, କାଉନସିଲର ୱାଣୀ ସେନାପତି , ସିଦ୍ଧଭୈରବୀ ମହିଳା ଗୋଷ୍ଠୀର ସଭାପତି ଏସ୍‌.ପଦ୍ମା, ସଂପାଦିକା ଏସ୍‌.ଦିପ୍ତୀ ରାଣୀଙ୍କ ସମେତ ସମସ୍ତ ସଦସ୍ୟ, କାଉନସିଲର ଏମ.ୱାଣି ସେନାପତି ଏବଂ ଏନ୍‌ଏସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.