ଚୁଡିଆଲାଞ୍ଜି ବିଦ୍ୟା ମନ୍ଦିର ପରିସରରେ ୧୪ତମ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

add-all

ପାତ୍ରପୁର : ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଚୁଡିଆଲାଞ୍ଜି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୪ତମ ଜ୍ଞାନ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ବାଲବର୍ଗ ଓ ଶିଶୁବର୍ଗରେ ମୋଟ ୭୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଏକ ସମ୍ବର୍ଦ୍ଧନା ସଭାରେ ପୁରଷ୍କୃତ କରାଯାଇଥିଲା । ଉକ୍ତ ସଭାରେ କଇଁବ ପ୍ରଧାନ ସଭାପତିତ୍ୱ କରିଥିଲେ । ସମ୍ପାଦକ ଅଜିତ୍ ପାତ୍ର, ଉପ ସଭାପତି ଚିତ୍ତରଞ୍ଜନ ସେଠୀ, କୋଷାଧ୍ୟକ୍ଷ ଶଙ୍କର ମହାନ୍ତି, ୨ ବିଚାରପତି ବିନୋଦ ମହାନ୍ତି ଓ ଜେ. ଗଣେଷ ମଞ୍ଚାସୀନ ରହି ପୁରଷ୍କୃତ କରିଥିଲେ । ଶିଶୁ ବର୍ଗର ନୂତନ ପ୍ରୟୋଗ, ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ, ଯାତାୟତ ବ୍ୟବସ୍ଥା, ପର୍ଯ୍ୟାବରଣ, ଗାଣିତିକ ପ୍ରକଳ୍ପ ପ୍ରମୁଖ ୬ଟି ବିଭାଗ ମଧ୍ୟରେ ଦିବ୍ୟାଜ୍ଞନା ପଣ୍ଡା, ସାଇଲକ୍ଷ୍ମୀ ପାଢୀ, ତନିଷା ସିଂ, ଅଙ୍କିତ ବେହେରା, ଆଞ୍ଚଲ ବେହେରା ଓ ରାଜ କିଶୋର ମହାନ୍ତି ପ୍ରମୁଖ ପ୍ରଥମ ସ୍ଥାନରେ କୃତିତ୍ୱ ହାସଲ କରିଥିଲେ ।

ସେହିଭଳି ବାଲ୍ ବର୍ଗରେ ନୂତନ ପ୍ରୟୋଗ, ଆବର୍ଜନା, ବର୍ଷାଜଳ, ଗଣିତ, ବାୟୁଚାପ, ସମ୍ଭେଦକ ପ୍ରମୁଖ ବିଭାଗରେ ନିତିନ୍ ପ୍ରଧାନ, ଲିପି ପ୍ରଧାନ, ହିମାଂଶୁ ଶେଖର ସେଠୀ, ଆରାଧନା ନାୟକ, ଅନିକେଶ ଦାସ, ସିଦ୍ଧେଶ୍ୱର ଦାସ ପ୍ରମୁଖ ପ୍ରଥମ ସ୍ଥାନରେ କୃତିତ୍ୱ ହାସଲ କରଯାଇଥିବା ବେଳେ ସମସ୍ତ ପୁରଷ୍କୃତ କରାଯାଇଥିଲା ଏବଂ ଆସନ୍ତା ଡେଙ୍ଗାଓସ୍ତାରେ ହେବାକୁ ଥିବା ବିଜ୍ଞାନ ମେଳା କୃତିତ୍ୱ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବେ ବୋଲି ବିଦ୍ୟା ମନ୍ଦିର ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ରବିନ୍ଦ୍ର ନାଥ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗୁରୁଜୀ ଲକ୍ଷ୍ମୀନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଏବଂ ଗୁରୁମା ସମସ୍ତ ପ୍ରକାର ସହଯୋଗ କରି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

ad-week
Leave A Reply

Your email address will not be published.