କଳିଙ୍ଗ ମଡେଲ ସ୍କୁଲରେ ମଙ୍ଗଳ ଦିବସ ପାଳିତ

add-all


ବାଲିମେଳା : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ସ୍ଥିତ କଳିଙ୍ଗ ମଡେଲ ଆବାସିକ ବିଦ୍ୟାଳୟରେ ମଙ୍ଗଳ ଦିବସ ପାଳନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦେଇ ସ୍କୁଲରେ ନୂତନ ଭାବେ ନିର୍ବାଚିତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ଛାତ୍ର ଛାତ୍ରୀ ମାନକଙ୍କୁ ଉତ୍ସାହିତ କରିବା ପାଇଁ ରାଜନୀତି କରିବା ପାଇଁ ଜ୍ଞାନର ଆବଶ୍ୟକତା ରହିଛି ଫଳରେ ଜଣେ ଭଲ ଲୋକ ପ୍ରତିନିଧି ହୋଇପାରିବ।ସେହିପରି ସଂମାନିତ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଏମ ୟୁ ଜେ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାସ ଯୋଗ ଦେଇ ପିଲାମାନେ କିପରି ଭବିଷ୍ୟତ ଗଡିବେ ସେ ନେଇ କାଉଁସିଲିଂ କରିଥିଲେ।

ଅତିଥିମାନଙ୍କ ମାନଙ୍କ ମଧ୍ୟରେ ଟି ପି ଏସ ଓ ଡି ଏଲ ର ଏସ ଡି ଓ ଇଂ ଦେବାଶିଷ ପଣ୍ଡା, ବାଲିମେଳା ନଗର ଫରେଷ୍ଟର ମୋହନ ଗୁଡିଆ, କାଉନ୍ସେଲର ବିମଲ ବେହେରା,ମନୋଜ ପାଙ୍ଗି ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପାଢୀ, ନଳିନୀ କାନ୍ତ ପଣ୍ଡା, ରମେଶ ସ୍ୱାଇଁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଦିଗରେ ଦିଗଦର୍ଶନ ଦେଇଥିଲେ।ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପିଲାମାନଙ୍କୁ ସେମାନଙ୍କ ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ।ପରେ ବିଦ୍ୟାଳୟ ପରିସରରେ ଆସିଥିବା ଅତିଥିମାନେ ଓ ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ପରିଚାଳନା କରିଥିଲେ।ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରି କାର୍ଯ୍ୟକ୍ରମ ସଫଳ ମଣ୍ଡିତ କରିଥିଲେ।

ad-week
Leave A Reply

Your email address will not be published.