ବି.ଏସ୍‌.ଏଫ୍‌. ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

add-all

ମାଲକାନଗିରି,୭।୮: ସର୍ଚ ଅପରେସନ ବେଳେ ବି.ଏସ୍‌ଏଫ୍‌ କୁ ମିଳିଲା ବଡ ସଫଳତା । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କଲିମେଳା ସ୍ଥିତି ୧୪୨ ବି.ଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓ ଦମନ ପାଇଁ ସର୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛିା ବିଶେଷ ସୁତ୍ରରୁ ଖବର ପାଇ ବି.ଏସ୍‌ଏଫ୍‌, ୧୪୨ ବାଟାଲିୟନ କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିବାଡା ପଞ୍ଚାୟତ ଅଞ୍ଚଳ ସଂରକ୍ଷିତ ଜଙ୍ଗଲରେ ଆଜି କୁମ୍ବିଂ ଅପରେସନ ଆରମ୍ଭ କରିଥିଲୋ ଏହି ସମୟରେ ଗ୍ରାମ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ଏହି ମାଓସାମଗ୍ରୀ ଗୋଟିଏ ସ୍ଥାନରେ ମାଟି ତଳେ ପୋତା ହୋଇଥିବା ଠାବ କରିଥିଲୋ ଉକ୍ତ ସ୍ଥାନରୁ ଏହି ସମସ୍ତ ସାମଗ୍ରୀ ଜବତ କରିଛନ୍ତିା ତେବେ ଜବତ ହୋଇଥିବା ସାମଗ୍ରି ଗୁଡିକ ମଧ୍ୟରେ ରାଇଫଲ୍‌, ଗ୍ରାନେଡ୍ , ମୋର୍ଟାର ବୋମା, ଡିଟୋନେଟର, ଇତ୍ୟାଦି ଜବତ କରିଛନ୍ତିା

ad-week
Leave A Reply

Your email address will not be published.