ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମାନ ନାଗରିକ ସଂହିତା ଆଇନ ପ୍ରଣୟନକୁ ବିରୋଧ କରି ଦାରିଙ୍ଗବାଡ଼ି ବନ୍ଦ

add-all

ଦାରିଙ୍ଗବାଡ଼ି (୭/୮) : ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆହ୍ୱାନରେ ଭାରତ ବନ୍ଦରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମର୍ଥନ ଜଣାଇଛି।ସମାନ ନାଗରିକ ସଂହିତା ଆଇନ ପ୍ରଣୟନ , ମଣିପୁରରେ ଆଦିବାସୀ ମହିଳାମାନଙ୍କୁ ପାଶବିକ ଅତ୍ୟାଚାର , ୨୦୨୦, ୨୦୨୧ ଏବଂ ୨୦୨୨ ସାଲରେ ଆଦିବାସୀ ମାନଙ୍କ ବିରୋଧରେ ସଂସଦରେ ପାରିତ ହୋଇଥିବା ଆଇନ ଏବଂ ୨୦୨୩ ମସିହାରେ ପ୍ରଣୟନ କରାଯାଇଥିବା ନୂତନ ଜଙ୍ଗଲ ଆଇନ, ପରିବେଶ ସୁରକ୍ଷା ନାମରେ ଆଦିବାସୀ ମାନଙ୍କୁ ଜଳ, ଜଙ୍ଗଲ ଏବଂ ଜମିରୁ ବିସ୍ଥାପନ କରି ସେମାନଙ୍କ ଜୀବିକା ଛଡାଇ ନେବାର ଆଇନ ପ୍ରଣୟନ ଭଳି ୨୨ଟିକୁ ବିରୋଧ କରି ଭାରତ ବନ୍ଦ ଡାକରାର ସମର୍ଥନ କରି ଦାରିଙ୍ଗବାଡ଼ି ବନ୍ଦ ଡାକରା ଦେଇଥିଲା । ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳ ସମ୍ପୂର୍ଣ୍ଣ ପ୍ରଭାବ ପଡ଼ି ଦୋକାକନ, ବଜାର, ଗାଡ଼ି ମଟର ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବ୍ଳକର ବ୍ରାହ୍ମଣୀଗାଁ, ସିମନବାଡ଼ି, ବୁଡାଗୁଡ଼ା ବଜାର କିଛି ଦୋକାନ ବଜାର ଖୋଲି ଥିଲା। ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଂଯୋଜକ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ମହିଳା ନେତ୍ରୀ ବିଳାସିନି ନାୟକ, ଆଦିବାସୀ ନେତା ବିଦ୍ୟାଧର ମଲିକ, ସୀମା ପ୍ରଧାନ, ସାରବତୀ ପ୍ରଧାନ, ଭୁଲେଶ୍ୱର ମଲିକ, ଦୀପକ ପ୍ରଧାନ, ଅରୁପା ପ୍ରଧାନ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.