ବାରିକୁମ୍ପା ସ୍ବାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବାରିକୁମ୍ପା ଗ୍ରାମର ଏକ ନମ୍ବର ମାନ୍ୟତା ପାଇଥିବା ବାରିକୁମ୍ପା ସ୍ବାସ୍ଥ୍ୟ ଶିବିର ଆଜି ଜରୁରୀକାଳୀନ ରାତ୍ରି ସେବାରୁ ବାଦ୍ ପଡିଥିବାର ଦେଖିବାକୁ ମିଳିଛି କାରଣ ନା ଡକ୍ଟର ନା ଫାର୍ମାସିଷ୍ଟ ନା ଆଟେଣ୍ଡାଣ୍ଟ ନା ସ୍ବାସ୍ଥ୍ୟ ଶିବିରର ଡକ୍ଟର ପୀୟୂଷ ମୋହନ ସାମଲ ନା ଅନ୍ୟ କର୍ମଚାରୀ ସେଠାରେ ନିଜର କ୍ୱାଟର୍ ଥାଇ ମଧ୍ୟ ସେଠାରେ ନ ରହି ଡକ୍ଟର ଏବଂ ପ୍ରାୟ କର୍ମଚାରୀ ଫୁଲବାଣୀରେ ରହି ଆସୁ ଥିବାର ଦେଖିବାକୁ ମିଳିଥିବା ସ୍ଥଳେ ସୂଚନା ଅଧିକାର ଆଇନ ବଳରେ ମଗା ଯାଇଥିବା ତଥ୍ୟରେ ଡକ୍ଟର ପୀୟୂଷ ମୋହନ ସାମଲ କ୍ୱାଟର୍ ରହିବା ଅନୁପଯୋଗୀ ବୋଲି ତଥ୍ୟ ଦେଇଥିବା ସ୍ଥଳେ ଖଜୁରୀପଡ଼ା ବିପିହେଚଓ ନିମାଇଁ ଚରଣ ବିଶି ନିଜେ ସମସ୍ତ କ୍ୱାଟର୍ ବୁଲି କ୍ୱାଟର୍ ସମସ୍ତ ଠିକ୍ ଅଛି ବୋଲି କହି ରହିବା ପାଇଁ ସେହି ତଥ୍ୟକୁ ଭୁଲ ପ୍ରମାଣିତ କରି ୨୫/୦୭/୨୩ ରେ ଏକ ଚିଠି କରି ଲେଟର ନମ୍ବର-416/2023 ଏବଂ ମେମୋ ନମ୍ୱର-417 ରେ ସମସ୍ତ କର୍ମଚାରୀଙ୍କୁ ୧୦ ରୁ ୧୫ ଦିନ ଭିତରେ ରହିବା ବାଧ୍ୟତାମୂଳକ ସୂଚନା ଦେବା ସହିତ ତାଗିଦ୍ ମଧ୍ୟ କରିଥିଲେ | କିନ୍ତୁ ବିପିହେଚଓ ଙ୍କ କଥାକୁ ସ୍ବାସ୍ଥ୍ୟ ଶିବିରର ସମସ୍ତ କର୍ମଚାରୀ ହେ ଜ୍ଞାନ ମନକରି ସେଠାରେ ରହିବା ଦୂରର କଥା ସେଠାରେ ଆଜି ପର୍ଯ୍ୟନ୍ତ ଠିକ୍ ରେ ମଧ୍ୟ ଚିକିତ୍ସା ହେଉନଥିବାର ଦେଖିବାକୁ ମିଳିଅଛି । ଏହି ଘଟଣାକୁ ନେଇ ଖଜୁରୀପଡ଼ା ବିପିହେଚଓଙ୍କୁ ଅବଗତ କରାଇଥିଲେ କିନ୍ତୁ ଏହି ଘଟଣାକୁ ନେଇ ମୁଁ କିଛି କହିପାରିବି ନାହିଁ ଯାହା ସିଡିଏମଓ କହିବେ ଏବଂ ସେ ହିଁ ବୁଝିବେ ବୋଲି ବ୍ୟକ୍ତ କରିଥିଲେ । ବାରିକୁମ୍ପା ଡକ୍ଟର ପୀୟୂଷ ମୋହନ ସାମଲ ୨୦୨୧ ଠାରୁ ଆଜି ପର୍ଯ୍ୟନ୍ତ ସେଠାରେ ନ ରହି ଦରମା ବାଦେ ମାସକୁ ୩୦ ହଜାର ପ୍ରୋତ୍ସାହନ ରାଶି ଗ୍ରହଣ କରି ଆସୁଛନ୍ତି ଏବଂ ୧୧ ଟି ସିଏଲ୍ କୁ ଇରେଜର ରେ ଲିଭାଇ ୪ ଟି ସିଏଲ କରି ଏକ ମାସର ଦରମା ଟଙ୍କା ଉଠାଇ ଥିବାର ପ୍ରମାଣ ମିଳିଅଛି ଏସବୁ ଘଟଣା ଖଜୁରୀପଡ଼ା ବିପିହେଚ ଓ,କନ୍ଧମାଳ ସିଡିଏମ୍,କନ୍ଧମାଳ କଲେକ୍ଟରଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରାଯିବା ଫଳରେ ଗ୍ରାମବାସୀ ଏବଂ ଜନସାଧାରଣ କ୍ଷୋଭ ପ୍ରକାଶ କରିବା ସହିତ ଖଜୁରୀପଡ଼ା ବିପିହେଚ୍ଓ- ନିମାଇଁ ଚରଣ ବିଶି, ସିଡିଏମଓ- ମନୋଜ ଉପାଧ୍ୟାୟ ଏବଂ ବାରିକୁମ୍ପା ଡକ୍ଟର ପୀୟୂଷ ମୋହନ ସାମଲଙ୍କ ମଧ୍ୟରେ ଅତି ଘନିଷ୍ଠ ଏବଂ ପ୍ରୀତିକର ମଧୁଚନ୍ଦ୍ରିକା ଥିବାର ସ୍ପଷ୍ଟ ବାରି ହେଉଅଛି । ବାରିକୁମ୍ପା ସ୍ବାସ୍ଥ୍ୟ ଶିବିରରେ ସମସ୍ତ ଅସୁବିଧା ଥିବା ସତ୍ତ୍ୱେ ଏହା କିପରି କନ୍ଧମାଳର ଏକ ନମ୍ବର ମାନ୍ୟତା ପାଇଲା ତାହା ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ସହ ଏହି ଭାବ ପ୍ରୀତିର ଅନ୍ତ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ।

ad-week
Leave A Reply

Your email address will not be published.