ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ବର୍ଷା ନୃତ୍ୟ ସଙ୍ଗୀତ ଉତ୍ସବ ଅନୁଷ୍ଠିତ

add-all

ଫୁଲବାଣୀ : ନଟରାଜ କଳା ମନ୍ଦିର ଫୁଲବାଣୀ ଦ୍ଵାରା ବର୍ଷା ନୃତ୍ୟ ସଙ୍ଗୀତ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ହୋଇସାରିଛି l ଉଦଘାଟନୀ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ସ୍ମିତାରାଣୀ ମହାନ୍ତି , ଲାଇନପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ, ବିଶିଷ୍ଠ ଚଳଚ୍ଚିତ୍ର ଅଭିନେତା ଜଳନ୍ଧର ବେହେରା,ନୃତ୍ୟାଞ୍ଜଳି ଭୁବନେଶ୍ବରର ଗୁରୁ ପୁଷ୍ପ ରଞ୍ଜନ ମଙ୍ଗରାଜ , ଅନୁଷ୍ଠାନ ଉପଦେଷ୍ଟା ତଥା ନୃତ୍ୟ ଗୁରୁ ବିକ୍ରମ ସାମଲ ଯୋଗଦାନ କରିଥିଲେ ।
ସେହିଭଳି ସମ୍ବର୍ଦ୍ଧନା ପର୍ବ ଅବସରରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନଅଧିକାରୀ ପ୍ରବୀଣ କୁମାର ବାଣୁଆ, ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ,ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ପ୍ରଭୃତି ଯୋଗଦାନ କରି କଳାକାର ଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ରକ୍ତଦାନ ଓ ସମାଜ ସେବା କ୍ଷେତ୍ରରେ ପ୍ରଶାନ୍ତ କୁମାର ବେହେରା, ଭି ଲୋକନାଥ ରାଜୁ, ମୁସ୍କାନ୍ ସୁଆର,ରକ୍ତ ଭଣ୍ଡାରର ଦାୟିତ୍ଵରେ ଥିବା ଦୀନକୃଷ୍ଣ ମହନ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ସେହିଭଳି କଳା ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଭୁବନେଶ୍ଵରର ଗୁରୁ ପୁଷ୍ପ ରଞ୍ଜନ ମଙ୍ଗରାଜ, ବୌଦ୍ଧର ଗୁରୁ ଲକ୍ଷ୍ମୀ ନାରାୟଣ ପୁରୋହିତ, କେଉଁଝରର ଗୁରୁ ସଞ୍ଜୟ କୁମାର ଦାସ ,ବରଗଡର ଗୁରୁ ଶିବଶଙ୍କର ମେହେର, ଆଦିଙ୍କୁ ନଟରାଜ କଳା ମନ୍ଦିର ସମ୍ମାନ ପ୍ରଦାନ କରାଯାଇଥିଲା। ବରଗଡ, ଘଟଗାଁ, ଭୁବନେଶ୍ଵର, ବୁର୍ଲା କାର୍ଯ୍ୟକ୍ରମକୁ ବିଶିଷ୍ଟ ମଞ୍ଚ ସଂଯୋଜକ ଅଶୋକ କୁମାର ମହାନ୍ତି ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.