ଅର୍ଥ ଅଭାବରୁ ଚିକିତ୍ସିତ ହେଇ ପାରୁନି ଯୋଗେଶ

add-all


ଉମରକୋଟ ( ୦୮/୦୮) : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କାଉଡଲ୍ୟା ପଞ୍ଚାୟତ ଅନ୍ତର୍ଗତ ତରାଙ୍ଗା ନୁଆଁପାରା ଗ୍ରାମର ମୋହର ଗଣ୍ଡଙ୍କ ମା ଛେଅଣ୍ଡ ପୁଅ ଯାହାର ବୟସ ୧୨ ବର୍ଷ ହଷ୍ଟେଲରେ ରହି ସପ୍ତମ ଶ୍ରେଣୀରେ ପାଠ ପଡିଥାଏ | ସ୍କୁଲ ଛୁଟିରେ ଘରେ ଆସି ନିଜ ଘରର ବାଡ଼ିପଟେ ବୁଲି ଯିବା ସମୟରେ ଅଜଣା ବିଷଧର ସାପ ଗୋଡ଼ରେ କାମୁଡ଼ି ଦେବାରୁ ସେ ଅଚେତ ହେଇ ଯାଇଥିଲା l ଏହା ଦେଖି ବାବା ମୋହର ଗଣ୍ଡ କାଳ ବିଳମ୍ବ ନ କରି ନିକଟସ୍ତ ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ ସେଠାରେ ପାଞ୍ଚ ଦିନ ଚିକିତ୍ସିତ ପରେ କୌଣସି ପରିଵର୍ତନ ନ ଦେଖି ଉମରକୋଟ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେଫାର ହେଇ ଥିଲେ କିନ୍ତୁ ଉମରକୋଟ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମଧ୍ୟ ଭଲ ନ ହେବାରୁ ନବରଙ୍ଗପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ରେଫାର କରିଥିଲେ ସେଠାରେ ମଧ୍ୟ ଦେଖିବା ପରେ କୋରାପୁଟ ହସ୍ପିଟାଳେ ନେବା ପାଇଁ ପିତା ମୋହର ଗଣ୍ଡଙ୍କୁ ଡ଼କ୍ଟର ପରାମର୍ଶ୍ୱ ଦେଇଥିଲେ କିନ୍ତୁ ମୋହର ଗଣ୍ଡ ଏକ ନିହାତି ଗରିବ ଶ୍ରେଣୀର ଖଟିଖିଆ ପରିବାର ହେଇଥିବାରୁ କୋରାପୁଟ ନେବାପାଇଁ ଆର୍ଥିକ ପରିସ୍ଥିତି କାଳ ସାଜିଲା l ଏମିତି ଅବସ୍ଥାରେ ଆର୍ଥିକ ସହାୟ ସମ୍ବଲହୀନ ପିତା ମୋହର ଗଣ୍ଡ ପୁଅକୁ ଘରେ ଆଣି ଫୁକା ଝଡା କରିବା ସହିତ ଦେଶୀ ଚେର ମୂଳ ଔଷଧ ଖୁଆଓଛନ୍ତି l ଏହା ଦ୍ଵାରା ଯୋଗେଶ ର ଡାହାଣ ପଟ ଗୋଡ଼ଟି ଦୁର୍ଗନ୍ଧମୟ ହେଇ ନଷ୍ଟ ହେବା ଉପରେ l ଯୋଗେଶ ର କହିବା କଥା ଯେ ପ୍ରଶାସନ ମୋ ପ୍ରତି ଦୟାକରି ସାହାଯ୍ୟ ଦୃଷ୍ଟି ଦେଲେ, ଭଲ ହେଲା ପରେ ମୁଁ ପାଠ ପଡିବି ମୋତେ ବଞ୍ଚାନ୍ତୁ କହି ପ୍ରଶାସନକୁ ପରିବାର ସହିତ ଗୁହାରି କରିଛନ୍ତି l

ad-week
Leave A Reply

Your email address will not be published.