କାହା ସ୍ୱାର୍ଥରେ ଅସୁରକ୍ଷିତ,ପରିତ୍ୟକ୍ତ ତଥା ବିପଦ ପୂର୍ଣ୍ଣ ସ୍ଥାନରେ ଶୌଚାଳୟ ନିର୍ମାଣ

add-all

ମାଲକାନଗିରି : ଦେଶକୁ ସ୍ୱଚ୍ଛ କରିବା ଓ ଲୋକଙ୍କୁ ସ୍ୱଚ୍ଛ ରଖିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇ ସ୍ୱଚ୍ଛ ଭାରତ ଗଠନ ଦିଗରେ ପଦକ୍ଷେପ ନେଉଛନ୍ତି। ଏହି ଯୋଜନା ନାମରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ଏହି ସ୍ୱଚ୍ଛ ଭାରତ ନାରା କୁ ସଫଳ କରିବା ପାଇଁ ସରକାର ଲୋକଙ୍କୁ ବାହାରେ ଶୌଚନ କରିବା ପାଇଁ ବ୍ୟକ୍ତିଗତ ଶୌଚାଳୟ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଜନଗହଳି ସ୍ଥାନରେ ଗୋଷ୍ଠୀ ଶୌଚାଳୟ ମଧ୍ୟ କରିଛନ୍ତି। ତେବେ ଏହା ସତ୍ତ୍ୱେ ମଧ୍ୟ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ର ଅବହେଳା ଯୋଗୁଁ ଅନେକ ଗୋଷ୍ଠୀ ଶୌଚାଳୟ ବର୍ତ୍ତମାନ ବ୍ୟବହାର ଅନୁପଯୋଗୀ ହୋଇ ପଡି ରହିଛି । କିଛି ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ର ମୋଟୁ ତହସିଲରେ। ସୂଚନା ଅନୁଯାୟୀ ମୋଟୁ ସଦର ରେ ଥିବା ଥାନା ସମ୍ମୁଖରେ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା ରେ ନିର୍ମାଣ ଜୋଇଥିବା ଫଳକରେ ସୂଚନା ରହିଥିବା ବେଳେ ଲୋକଙ୍କ ବ୍ୟବହାର ପାଇଁ କରାଯାଇଥିବା ଅନୁମେୟ । କିନ୍ତୁ ଶୌଚାଳୟ ର ଅବସ୍ଥା ଶୋଚନୀୟ ହୋଇପଡିଥିବା ସହ ଶୌଚାଳୟ କୁ ଯିବାକୁ ରାସ୍ତା ନଥିବା ବେଳେ ଯେଉଁ ଛୋଟିଆ ମାଟି ରାସ୍ତା ଅଛି ତାହା ମଧ୍ୟ ନାନା ଗଛ ଲତା ରେ ପରିପୂର୍ଣ୍ଣ ହୋଇ ରହିଛି। ଏହାସହ ଏହି ଶୌଚାଳୟ ସମ୍ମୁଖରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଥିବା ବେଳେ ଶୌଚାଳୟ କୁ ଯିବାକୁ ବହୁ ଅସୁବିଧା ହେଉଛି। କେବଳ ଏତିକି ନୁହେଁ ଏହି ଶୌଚାଳୟ ରେ କବାଟ ମଧ୍ୟ ନାହିଁ। ଯାହା ଫଳରେ ଶୌଚ ପାଇଁ ଲୋକେ ଯିବାକୁ ମଧ୍ୟ ମନ କରୁ ନାହାନ୍ତି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ଶୌଚାଳୟ ବର୍ତ୍ତମାନ ବ୍ୟବହୃତ ହୋଇ ପାରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.