
ବ୍ରହ୍ମପୁର (୮/୮) : ଆସିକା ବ୍ଲକ କାର୍ଯ୍ୟାଳୟ ରେ ବିଡିଓ ଙ୍କ ସମ୍ମୁଖ ରେ ନଳବଣ୍ଟା ସରପଞ୍ଚ କିଶୋର ପ୍ରଧାନ ଙ୍କୁ ଗତ ୫ ତାରିଖରେ ମାଡ଼ ମାରି ଥିଲେ ଜିଆରଏସ ଓ ତାଙ୍କର ଜଣେ ସାଥି ଲହୁଲୁହାଣ ହୋଇ ଥିଲେ। ପ୍ରଥମେ ଆସିକା ସରକାରୀ ଚିକିତ୍ସାଳୟ ପ୍ରଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠା ଯାଇଥିଲା ଏ ନେଇ ଆସିକା ଥାନା ରେ ସରପଞ୍ଚ ଙ୍କ ପକ୍ଷରୁ ହତ୍ୟା ଉଦ୍ୟମ ବୋଲି ଏକ ଏତଲା ଦିଆହୋଇଛି।ଏହି ଘଟଣା ପରେ ସମସ୍ତ ସରପଞ୍ଚ ମେଳି ବାନ୍ଧି ସୋମବାର ଦିନ ବ୍ଲକ କାର୍ଯ୍ୟଳୟ ନିକଟ ରେ ଧାରଣା ଓ ପ୍ରତିବଦ ସଭା କରିବାକୁ ନିଷ୍ପତ୍ତି ନେଇ ଥିଲେ। ଏହି ଘଟଣା ସମ୍ପର୍କରେ ବିଡିଓ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଉଗ୍ରରୂପ ନେବାର ଦେଖି ପୋଲିସ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଆସିକା ର ସରପଞ୍ଚ ଜନପ୍ରତିନିଧି ମାନଙ୍କୁ ସୋମବାର ଦିନ ଛତ୍ରପୁର ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଆସିକା ବ୍ଲକରେ ବିଧାୟିକା ବିରୋଧି ଗୋଷ୍ଟି ଙ୍କ ପଞ୍ଚାୟତ ରେ ହେଉଥିବା ବିଭିନ୍ନ କାର୍ଯ୍ୟର ବିଲ ଦିଆ ନଯାଇ ସରପଞ୍ଚ ମାନଙ୍କୁ ହଇରାଣ ହରକତ କରୁଥିବା ନେଇ ବିଡିଓ ଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। କେତେକ ପଞ୍ଚାୟତ ରେ ଏମ ନ ରେ ଗା କାର୍ଯ୍ୟ ରେ ମିଥ୍ୟା ବିଲ ହୋଇଥିବା ଅଭିଯୋଗ ହେଉଛି। ଏହା ସହ ଆସିକା ବ୍ଲକ ରେ ୨୦ କୋଟି ରୁ ଉର୍ଦ୍ଧ ଟଙ୍କାର ହୋଇଥିବା କାର୍ଯ୍ୟରେ ଦୁର୍ନୀତି ର ଗନ୍ଧ ବାରି ହେଉଛି,ଅଭିଯୋଗ କରିଲେ କୌଣସି ତଦନ୍ତ ମଧ୍ୟ ହେଉନାହିଁ ବୋଲି ମୁଖ୍ୟ ଚର୍ଚ୍ଚାର ବିଷୟ ହେଇଛି।ଶୃଙ୍ଖଳିତ ଭାବେ ସମସ୍ତେ ମିଶି କାର୍ଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଭବିଷ୍ୟତରେ କୌଣସି ବିଶୃଙ୍ଖଳା ସୃଷ୍ଟି ନ କରିବାକୁ ତାଗିତ କରିଥିଲେ। ମାତ୍ର ଜଣେ ନିର୍ବାଚିତ ପ୍ରତିନିଧି ଙ୍କୁ ସରକାରୀ କର୍ମଚାରୀ ମାନେ ଅଣଦେଖା ଓ ମାଡ ମାରିଥିବା ଯୋଗୁଁଦିନକୁ ଦିନ ଅସନ୍ତୋଷ ବଢ଼ି ବାରେ ଲାଗିଛି। ପ୍ରକାଶ ଥାଉ କି ଗତ କିଛି ଦିନ ହେଲା ଆସିକା ବିଜେଡ଼ି ରେ ଲାଗିରହିଥିବା ଗୋଷ୍ଟି କନ୍ଦଳ ଯୋଗୁଁ ବିଡିଓ ମହାଶୟ ମଧ୍ୟ କେତେକ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଜଣେ ଦକ୍ଷ ବିଡ଼ିଓ ଙ୍କୁ ନିଯୁକ୍ତି କରିଲେ ନିରପେକ୍ଷ ଭାବେ ନିର୍ବାଚିତ ପ୍ରତିନିଧି ମାନଙ୍କ କାର୍ଯ୍ୟକ୍ରମ ସଫଳତା ସହ ସମ୍ପାଦନ ହେବ ବୋଲି ଅଲିଚନା ହେଉଛି।