ଟିକିରି ସୋରିଷ ପଦର ଛକ ନିକଟରେ ବିଶ୍ଵ ଆଦିବାସୀ ଦିବସ ପାଳିତ

add-all

କାଶିପୁର : ଆମ ଆଦିବାସୀଙ୍କ ଅନ୍ୟ ସଂସ୍କୃତି ହିଁ ସେମାନଙ୍କର ପ୍ରକୃଷ୍ଟ ପରିଚୟ ଆଦିବାସୀ ସମାଜ ଏବଂ ପ୍ରକୃତି ମଧ୍ୟରେ ବନ୍ଧନ ଚିରନ୍ତନ ରହିଆସି। କିନ୍ତୁ ସେହି ପ୍ରାକୃତିକ ଉପାଦାନ ଗୁଡ଼ିକ ଆଜି ଆଧୁନିକତା ଓ ବିକାଶର ସ୍ପର୍ଶରେ ପ୍ରଦୂଷିତ ହୋଇ ସାରିଥିବା ରୁ ଆଦିବାସୀ ସଂସ୍କୃତିର ଓ ସମୃଦ୍ଧି, ବିବିଧତା ଏବଂ ମୌଳିକତା କ୍ଷୁଣ୍ଣ ହେବାରେ ଲାଗିରହିଛି । ତେବେ ସ୍ଥାନୀୟ ଅଞ୍ଚଳର ସାମୂହିକ ବିକାଶ ପାଇଁ ଆଦିବାସୀମାନଙ୍କର ବାଧ୍ୟତାମୂଳକ ବିସ୍ଥାପନ ଯୋଗୁଁ ଆଦିବାସୀ ଗବେଷକ ଭେରିଅର୍ ଏଲୱିନ୍ ଏବଂ ମାଇକେଲ କର୍ନିଆଙ୍କ ପରି ପ୍ରସିଦ୍ଧ ନୃତତ୍ତ୍ବବିତ୍‌ମାନଙ୍କ ଭାଷାରେ “ସାଂସ୍କୃତିକ ଅସନ୍ତୋଷ” ସୃଷ୍ଟି ହୋଇଥିବା ଦୃଷ୍ଟିଗୋଚର ହେଉଛି। ତେବେ ଏହାକୁ ଆଖିଆଗରେ ରଖି ଆଜି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ସୋରିଷ ପଦର ଛକ ନିକଟରେ ଟିକିରି ଅଞ୍ଚଳ ର ବିଭିନ୍ନ ଗ୍ରାମର ଆଦିବାସୀ ମାନେ ଆଜି ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଟିକିରି ଅଞ୍ଚଳ ର ଆଦିବାସୀ ମୁଳନିବାଶି ମାନେ ଟିକିରି ହାଇସ୍କୁଲ ଠାରୁ ସୋରିଷ ପଦର ଛକ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ତେବେ ଏଥିରେ ଆଦିବାସୀ ପରମ୍ପରା ଅନୁସାରେ ତାଙ୍କର ବାଦ୍ୟଯନ୍ତ୍ର ନାଚ ଗୀତ କରି ସୋରିଷ ପଦର ଛକ ଠାରେ ଏକ ବିସାଳ ସମରହ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଚେରମେନ ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ଵତୀ ମାଝୀ, କାଶିପୁର ବ୍ଲକ ଚେରମେନ କଣ୍ଠେଶର ମାଝୀ, ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.