ବୋଲେରୋ ସହ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ, ଗଞ୍ଜେଇ ମାଫିଆ ଗିରଫ

add-all

ବାଲିଗୁଡା : ସମଗ୍ର କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ଏବଂ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ପ୍ରାୟତଃ ପ୍ରତିଦିନ ଗଞ୍ଜେଇ ଜବତ ହୋଇ ଗଞ୍ଜେଇ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ମଧ୍ୟ ବୁଧବାର ବାଲିଗୁଡା ଅବକାରୀ ବିଭାଗ କର୍ମଚାରୀ କୌଣସି ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରୁଥିବା ସମୟରେ ବୋଲେରୋ ନଂ.ଓଡି-୧୨- ୨୪୬୭ ଯୋଗେ ବାଟାଗୁଡ଼ା ଆଡୁ ଦୃତ ଗତିରେ ଆସୁଥିବା ଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ବାଲିଗୁଡ଼ାରେ ଅଟକାଇ ଥିଲେ l କିନ୍ତୁ ବୋଲେରୋ ଟି ଦୃତଗତି ରେ ପଳାଇଥିଲା l ବୋଲେରୋ ଟିକୁ ପିଛା କରି ବାରଖମା ନିକଟସ୍ଥ ବିରାଗୁଡା ନିକଟରେ ଧରିଥିଲେ l ବୋଲେରୋ ସହ ଷାଠିଏ କିଲୋଗ୍ରାମ ଗଞ୍ଜେଇ ଜବତ କରି ଅବକାରୀ ବିଭାଗ କର୍ମଚାରୀ ସଫଳ ହୋଇଛନ୍ତି l ଉକ୍ତ ବୋଲେରୋ ସହ ବାଲିଗୁଡ଼ା ଭଗାମୁଣ୍ଡାର କୁଖ୍ୟାତ ପୁରୁଖା ଗଞ୍ଜେଇ ମାଫିଆ ସୋମ୍ୟରଂଜନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଏହାର ଆନୁମାନିକ ମୂଲ୍ୟ ଦଶଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଇନିସପେକ୍ଟର ପୁର୍ଣ୍ଣ ଚନ୍ଦ୍ର ବେହେରା କହିଛନ୍ତି l ସୂଚନାଯୋଗ୍ୟ ଯେ ଗଞ୍ଜେଇ ମାଫିଆ ସୋମ୍ୟ ରଂଜନ ପ୍ରଧାନଙ୍କ ନାଁ ରେ ବିଭିନ୍ନ ଥାନାରେ ମାମଲା ରହିଛି କିଛି ଦିନ ତଳେ ଫିରିଙ୍ଗିଆ ପୋଲିସ୍ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଗାଡ଼ି ସହିତ ଏକ କୁଇଣ୍ଟାଲ ପଚିଶ କିଲୋଗ୍ରାମ ଗଞ୍ଜେଇ ଜବତ କରି ଜେଲ ପଠାଇଥିଲେ l ଜେଲ ରୁ ଫେରି ପୁଣି ତାର କଳା ସାମ୍ରାଜ୍ୟ ଆରମ୍ଭ କରିଛି l ଆଇନ ର ଗଳାବାଟ ଦେଇ ମାଫିଆ ଖସି ଯାଉଥିବାରୁ ଜିଲ୍ଲା ରେ ଗଞ୍ଜେଇ ଚାଷ ଓ ବ୍ୟବସାୟ ଥମିବାର ନାଁ ଧରୁନି l ଏଥି ପ୍ରତି ଅବକାରୀ ଓ ପୋଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ଏହି କାରବାର କୁ କିପରି ମୁଳୋଉପ୍ତାଟନ ହୋଇପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି l

ad-week
Leave A Reply

Your email address will not be published.