ତୁମୁଡିବନ୍ଧ ଶିଶୁ ମନ୍ଦିରର ସଫଳତା

add-all

ଫୁଲବାଣୀ :ବାଲିଗୁଡା ଠାରେ ଆୟୋଜିତ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିଛନ୍ତି l ଶିଶୁ ବର୍ଗର ସମସ୍ତ ଏଗାର ଜଣ ଶିଶୁ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଛନ୍ତି l ବିଜ୍ଞାନ ପ୍ରଶ୍ନ ମଞ୍ଚ ରେ ସାଇସ୍ମୃତି ପାତ୍ର, ଅଙ୍କିତା ପରାସେଠ, ଓମ ପ୍ରସାଦ ପାତ୍ର, ସଂସ୍କୃତି ପ୍ରଶ୍ନମଞ୍ଚ ରେ ଜ୍ୟୋତି ପ୍ରକାଶ ସାହୁ, ଶିବାନୀ ବେହେରା, ନନ୍ଦିନୀ ଦୀକ୍ଷିତ, ବିଜ୍ଞାନ ପ୍ରକଳ୍ପ ରେ ସାଇପ୍ରସାଦ ସାହୁ, ସିମାଞ୍ଚଳ ପଣ୍ଡା, ସୌରଭ ମହାପାତ୍ର, କାତ୍ୟାୟିନୀ ମୁଖି, ବିଜ୍ଞାନ ପ୍ରୟୋଗରେ ଗଗନ ସାହୁ ପ୍ରମୁଖ କୃତକାର୍ଯ୍ୟ ହୋଇଛନ୍ତି | ଆଚାର୍ଯ୍ୟା ସସ୍ମିତା ପଣ୍ଡା, ଜ୍ୟୋତ୍ସ୍ନାରାଣୀ କହଁର, ସ୍ନେହଲତା ଲେଙ୍କା, ଯଶୋଦା ପାତ୍ର ଓ ଜ୍ୟୋତ୍ସ୍ନାରାଣୀ ପାତ୍ରଙ୍କ ମାର୍ଗଦର୍ଶନରେ ପିଲା ମାନେ କୃତକାର୍ଯ୍ୟ ହୋଇଥିବାରୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ତଥା ଫୁଲବାଣୀ ବିଭାଗର ସଂସ୍କୃତିଜ୍ଞାନ ପ୍ରମୁଖ କୈଳାଶ ଚନ୍ଦ୍ର ଧଳ, ସଭାପତି ପୁରୁଷୋତ୍ତମ ଲେଙ୍କା, ସମ୍ପାଦକ ହୀରାଲାଲ ପ୍ରମୁଖ, ଉପାସଭାପତି ପ୍ରସନ୍ନ ସାହୁ, ସହ ସମ୍ପାଦକ ମୁରଲୀଧର ମହାପାତ୍ର, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ, ରାମକୃଷ୍ଣ ପାଢ଼ୀ, କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ, ସଦସ୍ୟ ସୁଶାନ୍ତ ପାତ୍ର, ଶରତ ସାହୁ, ପ୍ରକାଶ ସାହୁ, ଉମାକାନ୍ତ ପାତ୍ର, କୈଳାଶ ପାଢ଼ୀ, ଚନ୍ଦ୍ରମଣି ପଣ୍ଡା ଏବଂ ଅନ୍ୟ ସମସ୍ତ ଶୁଭେଛୁ, ଅଭିଭାବକ ଅଭିନନନ୍ଦନ ଜଣାଇ ଅଛନ୍ତି |

ad-week
Leave A Reply

Your email address will not be published.