ଆଜାଦି କା ଅମୃତ ମହୋତ୍ସବ ତ୍ରିରଙ୍ଗା ଯାତ୍ରା

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ଠାରୁ ଅଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଯାତ୍ରା ବାହାରି ମୁଖ୍ୟ ବଜାର ଦେଇ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ପ୍ରାୟ ହଜାର ହଜାର ଛାତ୍ର ଛାତ୍ରୀ,ଏନ୍ସିସି କ୍ୟାଡ଼େଟ୍, ଯେ ଆରସି, ସ୍କାଉଟ୍, ବରିଷ୍ଠ ନାଗରିକ,ଶିକ୍ଷକ ଶିକ୍ଷୟିତ୍ରୀ,ଟିମ ହିଉମାନିଟି ର ସଦସ୍ୟଙ୍କ ସମେତ ବହୁ ସଂଖ୍ଯାରେ ଜନସାଧାରଣ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ନାରା ଦେଇ ବେଶ ବାଜା ପଟୁଆର ସହ ଯୋଗ ଦେଇ ଅଜାଦି କା ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମକୁ ସଫଳ କରିଥିଲେ l କୋଣସି ବିଶୃଙ୍ଖଳା ନ ଉପୁଜିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାର ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ,ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଅନନ୍ୟାର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ ସୁକାନ୍ତକୁମାର ପାଣିଗ୍ରାହୀ, ଆଇନଜିବୀ ଭାଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ଅଜିତ ପଟ୍ଟନାୟକ, ପ୍ରିୟ ରଂଜନ ଚୌଧୁରୀ, ପରେଶ ମହାପାତ୍ର, ତପନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.