କୁକୁଡ଼ାଖଣ୍ଡି ତହସିଲଦାର ଙ୍କ ବଦଳି ବାଲି ମାଫିଆଙ୍କ ପାଇଁ ପୁଷ ମାସ…

add-all


ବ୍ରହ୍ମପୁର:୧୪-୮ ଲେଡି ସିଂଘମ ତଥା କିକୁଡ଼ାଖଣ୍ଡି ତହସିଲଦର କଲ୍ୟାଣି ସଂଘମିତ୍ରା ଙ୍କ ବଦଳି ଏବେ ବାଲି ମାଫିଆଙ୍କ ପାଇଁ ପୁଷ ମାସ ହେବ। ଯେଉଁ ଦିନ ଠାରୁ କୁକୁଡାଖଣ୍ଡି ତହସିଲଦାର ଭାବେ କଲ୍ୟାଣି ସଂଘମିତ୍ରା ଦାୟିତ୍ୱ ଗ୍ରହଣ କରିଥିଲେ ସେହିଦିନରୁ ବାଲି ମାଫିଆ ମାନଙ୍କ ନିଦ ହଜିଯାଇଥିଲା । ବିଭିନ୍ନ ବାଲି ଘାଟକୁ ଯାଇ ଚୋରା ରେ ବାଲି ଚାଲାଣ କରୁଥିବା ଯାନବାହାନ କୁ ଜବତ କରିବା ଫଳରେ ବାଲି ମାଫିଆ ମାନଙ୍କ କଳା କାରନାମା ବନ୍ଦ ହୋଇଯାଇ ଥିଲା ବିଭିନ୍ନ ସମୟରେ ତହସିଲଦାରଙ୍କୁ ସମସ୍ତ ପ୍ରକାର କୌଶଳ ଅବଲମ୍ବନ କରି ବିଫଳ ହେବା ପରେ ଆକ୍ରମଣ କରିବା କୁ ମଧ୍ୟ ପ୍ରୟାସ କରାଯାଇଥିଲା।ଶେଷରେ ତହସିଲଦାରଙ୍କ ଡ୍ରାଇଭର କୁ ବାଲି ମାଫିଆମାନେ ୫ ଲକ୍ଷ ଟଙ୍କା ଲାଞ୍ଚ ଦେଇ ତହସିଲଦାରଙ୍କ ଗାଡ଼ିରେ ଚିପ୍ସ ଲଗାଇବାକୁ ପ୍ରବର୍ତ୍ତାଇଥିଲେ ଏଥିରେ ଡ୍ରାଇଭେର ପ୍ରଲୋଭିତ ନ ହୋଇ ଘଟଣା ସମ୍ପର୍କରେ ତହସିଲଦାରଙ୍କୁ ଜଣାଇବା ପରେ ଏନେଇ ବ୍ରହ୍ମପୁର ସଦର ଥାନା ରେ ଗତ ଜୁଲାଇ ୧୨ ରେ ଏକ ମାମଲା ରୁଜୁ କରାଯାଇଥିଲା।ଘଟଣା ଘଟିବାର ଏକ ମାସ ରୁ ଉର୍ଦ୍ଧ୍ବ ସମୟ ବିତିଯାଇ ଥିଲେ ମଧ୍ୟ ସରକାର ଙ୍କ ନାଲି ଫିତା ତଳେ ଘଟଣା ଚାପି ହୋଇ ରହିଛି। ତହସିଲଦାର ଙ୍କ କାର୍ଯ୍ୟ ଦକ୍ଷତା ଦେଖି ରାଜ୍ୟ ସରକାର ତାଙ୍କୁ ରାୟଗଡା ସବ-କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି, ଯାହାକି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏପଟେ ତହସିଲଦାରଙ୍କ ବଦଳି ହେବାର ଖବର ଜଣାପଡିବା ପରେ ବାଲି ମାଫିଆଙ୍କ ମଧ୍ୟରେ ଖୁସିର ମାହୋଲ କହିଲେ ନ ସରେ ଦେଖାଯାଉ ନୂଆ ତହସିଲଦାରଙ୍କ ଆସିବା ପରେ ଚୋର ବାଲି ଚାଲାଣ ରେ ଲଗାମ ଲାଗୁଛି ନା ନାହିଁ ତାହା ସମୟ କହିବ। ସେ ଯାହାବି ହେଉ କଲ୍ୟାଣୀ ସଂଘମିତ୍ରା ଙ୍କ ବଦଳି ମାଫିଆ ମାନଙ୍କ ପାଇଁ ଆଶ୍ରିବାଦ କହିଲେ ଭୁଲ ହେବ ନାହିଁ…

ad-week
Leave A Reply

Your email address will not be published.