ଚିକିଟି ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ପାଳିତ…

add-all

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୭ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାଃ ପ୍ରଭୁପ୍ରସାଦ ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ସେ ସମସ୍ତଙ୍କୁ ସୁସ୍ଥ ମନ ଓ ସୁସ୍ଥ ଶରୀର ରଖି ଦେଶ ମାତୃକା ପ୍ରତି ସେବା ଭାବ ରଖିବା ପାଇଁ ପ୍ରେରଣା ଦେଇଥିଲେ ।

କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ପି.ରାମରାଓ ସୁବୁଦ୍ଧି, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଉପସଭାପତି ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ଏସ.ଦୁର୍ଗାପ୍ରସାଦ ଆଚାରୀ ଏବଂ ନବାଗତ ପ୍ରଧାନାଚାର୍ଯ୍ୟ ଶ୍ରୀ ନିରଞ୍ଜନ ସାହୁ ମଞ୍ଚାସୀନ ଥିଲେ।ସଭକାର୍ଯ୍ୟ ସହ ଶିଶୁଙ୍କ ପଥ ସଞ୍ଚଳନ ଆକର୍ଷଣୀୟ ଥିଲା।ଘୋଷ ବାଦ୍ୟକାର ଭାଇ ମାନେ ବିଭିନ୍ନ ରଚନା ପ୍ରଦର୍ଶନ କରି ଲୋକଙ୍କ ମନକୁ ଆକୃଷ୍ଟ କରିଥିଲେ।ସଞ୍ଚଳନକୁ ଅଧିକ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମହାପୁରୁଷଙ୍କ ବେଶ ଧାରଣ କରି ସଞ୍ଚଳନ କରିବାର ସୁନ୍ଦର ପରିବେଶ ଜନମାନସକୁ ମୋହିତ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ଗୁରୁଜୀ ଓ ଗୁରୁମାଙ୍କ ସକ୍ରିୟ ଶ୍ରମ ଦାନରେ ସଫଳ ରୂପାୟନ ହୋଇଥିଲା।

ad-week
Leave A Reply

Your email address will not be published.