ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସର୍କିଟ-ହାଉସରେ ଭେଟିଲେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ !

newyr25

ଛତ୍ରପୁର : ସ୍ୱାଧୀନତା ଦିବସ ଅବସରରେ ଆମନ୍ତ୍ରିତ ମାନ୍ୟବର ଜଙ୍ଗଲ ଓ ପରିବେଶ,ପଞ୍ଚାୟତରାଜ ଓ ପାନୀୟ ଜଳ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ମନ୍ତ୍ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ମୀମାନେ ଭେଟି ନିଜର ବିଭିନ୍ନ ଦାବୀ ଜଣାଇଛନ୍ତି ।
ପ୍ରକାଶ ଥାଉକି, ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ମହକୁମା ଛତ୍ରପୁର ଜିଲ୍ଲାସ୍ତରୀୟ ପରେଡ଼ ଉତ୍ସବ କୁ ଆମନ୍ତ୍ରିତ ମୁଖ୍ୟଅତିଥୀ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ଭେଟି ବିଭିନ୍ନ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗରେ ନିୟୋଜିତ ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ମୁଖ୍ୟ ଦାବୀ ଉପସ୍ଥାପନ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୁ ଜଣାଇବାକୁ ଅନୁରୋଧ କରିଛନ୍ତି ।
ପ୍ରାୟ ୧୮ ବର୍ଷ ହେଲା ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନେ ବିଭିନ୍ନ ବିଭାଗରେ ଅସ୍ଥାୟୀ ଭାବେ ନିୟୋଜିତ ଅଛନ୍ତି । ସେମାନେ ଅତି ଦୟନୀୟ ପରିସ୍ଥିତି ରେ କାର୍ଯ୍ୟ କରି ଆସୁଅଛନ୍ତି । କୋରାନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ସଂଗ୍ରାମ ସ୍ୱରୂପ କାମ କରି ବହୁତ ଖ୍ୟାତି ଅର୍ଜନ କରିଛନ୍ତି I ଏପରିକି ଅନେକ କାର୍ଯ୍ୟ ତଥା ମା’ ଓ ଶିଶୁ ଙ୍କୁ ଟୀକାକାରଣ, କୋଭିଡ ସମୟରେ ଟୀକାକାରଣ ଓ ଅନ୍ୟାନ୍ୟ ଜାତୀୟ ଭିର୍ତ୍ତିକ କାର୍ଯ୍ୟକ୍ରମରେ ଏହି ସ୍ୱାସ୍ଥ୍ୟ କର୍ମୀମାନେ ସକ୍ରୀୟ ଅଂଶଗ୍ରହଣ କରିଆସିଛନ୍ତି । ସେହି ଠିକା କର୍ମଚାରୀଙ୍କୁ ସ୍ଥାୟୀ କରଣ କରିବା ନିହାତି ଜରୁରୀ ବୋଲି ମନ୍ତ୍ରୀଙ୍କୁ ବୁଝାଇ ଅବଗତ କରାଇଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ଅମାତ ଏହାକୁ ହୃଦବୋଧ କରିଛନ୍ତି ଏବଂ ଏ ସମ୍ପର୍କରେ ସେ ସ୍ୱାସ୍ଥ୍ୟ ବିଭାଗୀୟ ମନ୍ତ୍ରୀ, ସଚିବ, କମିଶନରଙ୍କୁ ନିଶ୍ଚିତ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ମିଳିତକ୍ରମେ ଏହି ଦାବୀ ଉପସ୍ଥାପନ କରାଯାଇଥିବା କୁହାଯାଏ ।
ଓଡ଼ିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଗଣେଶ ନାହାକ,ଉପ-ସଭାପତି ଶୁଭେନ୍ଦୁ କୁମାର ଦାଶ ଓ ଅନ୍ୟାନ୍ୟ ସଦସ୍ୟ ତଥା ବିଦେଶୀ ଜେନା,ପ୍ରଭାତ କୁମାର ସାହୁ,ଗତିକୃଷ୍ଣ ପଣ୍ଡା ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଆସି ମାନ୍ୟବର ମନ୍ତ୍ରୀଙ୍କୁ ଛତ୍ରପୁରସ୍ଥ ସର୍କିଟ-ହାଉସରେ ଭେଟି ଉକ୍ତ ଦାବୀ ଜଣାଇଥିଲେ ।

Leave A Reply

Your email address will not be published.