ଖଇରପୁଟ ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ରାସ୍ତା ମରାମତି

add-all

ମାଲକାନଗିରି (୧୯/୦୮) : ଖଇରପୁଟ ବ୍ଲକ ସଦର ମହକୁମାରେ ଅବସ୍ଥିତ ଆଶ୍ରମ ବିଦ୍ୟାଳୟକୁ ଯିବା ଆସିବା ରାସ୍ତାଟି ପାଣି କାଦୁଅରେ ପଚ୍ ପଚ୍ ହୋଇଥିବା ବେଳେ ଆଜି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ନାୟକ ଙ୍କ ନିର୍ଦ୍ଦେଶରେ କିଛି ଛାତ୍ର ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ, ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ କୈାଣସି ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ନକରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ଥିଲେବି ଖଇରପୁଟ ଆଶ୍ରମ ବିଦ୍ୟାଳୟ ରେ ପାଳନ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଖୋଦ ପ୍ରଧାନଶିକ୍ଷକ ଉକ୍ତ ବିଦ୍ୟାଳୟର ନିକଟରେ ରହି ମରାମତି କାର୍ଯ୍ୟର ତଦାରଖ କରୁଥିବା ବେଳେ ଗଣମାଧ୍ୟମର କ୍ୟାମେରା କୁ ଦେଖି ପିଲାମାନେ ଫାଟକ ଭିତରକୁ ପଳେଇ ଯାଇଥିଲେ । କିଛି ସମୟ ପରେ ବିଦ୍ୟାଳୟ ର ଅନ୍ୟ ଜଣେ ଶିକ୍ଷକ କହିଥିଲେ ଯେ ବର୍ତ୍ତମାନ କୈାଣସି ମୂଲିଆ/ଲେବର ମିଳୁନାହାଁନ୍ତି, ଏଣୁ ପ୍ରଧାନଶିକ୍ଷକ ପିଲାମାନଙ୍କୁ ଉକ୍ତ ଗେଟ୍ ପାଖ ରାସ୍ତାର ମରାମତି କରିବା ପାଇଁ କହି ମାଲକାନଗିରି ଚାଲିଯାଇଛନ୍ତି , କହିଥିଲେ କିନ୍ତୁ ପ୍ରଧାନଶି୍ଷକ ଏକ ହୋଟେଲ ପାଖରେ ରହି ଉକ୍ତ କାର୍ଯ କୁ ତଦାରଖ କରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ବରୁ ବହୁତ ସମୟରେ ସ୍କୁଲ ରେ ଉପସ୍ଥିତ ରହୁନଥିବା ବେଳେ ଆଜି ପର୍ଯ୍ୟନ୍ତ କୈାଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ନିୟମ କାନୁନ କୁ ମାନୁ ନଥିବା ଏଭଳି ପ୍ରଧାନ ଶିକ୍ଷକ ଙ୍କ ଉପରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.