ରାସ୍ତାରେ କାଉଡିଆଙ୍କୁ ପୋଲିସର ସଚେତନତା…

add-all

ହିଞ୍ଜିଳିକାଟୁ, (୨୧।୮) : ରବିବାର ରାତିରେ ଗଞ୍ଜାମ ଜିଲା ଆସିକା ଥାନା ଭେଟନଈରେ ଏକ କାର ଧକ୍କାରେ ୨ଜଣ କାଉଡିଆଙ୍କ ମୃତ୍ୟୁ ଓ ୧୨ରୁ ଉର୍ଦ୍ଧ୍ବ ଆହତ ପରେ କାଉଡିଆଙ୍କୁ ସଚେତନ କରାଇଛନ୍ତି ହିଂଜିଳି ପୋଲିସ । ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ପୋଲିସ ଟିମ ସୋମବାର ମଧ୍ୟାହ୍ନରେ ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ନିକଟରେ ରାସ୍ତା ଦେଇ ଯାଉଥିବା ବିଭିନ୍ନ କାଉଡିଆ ଦଳକୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ସୋମବାର ଶ୍ରାବଣ ମାସ ସୋମବାର ଶେଷ ପାଳି ଥିବାରୁ ରାସ୍ତା ରେ ପୂର୍ବ ଅପେକ୍ଷା କାଉଡିଆଙ୍କ ଯଥେଷ୍ଟ ଗହଳି ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ଥାନା ଅଧୀନରେ ରାସ୍ତାର ବିଭିନ୍ନ ସ୍ଥାନରେ କାଉଡିଆଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି।

ad-week
Leave A Reply

Your email address will not be published.