ପୋଲିସ ର ମାତ୍ରାଧିକ ଅତ୍ୟାଚାର ବିରୋଧ ରେ ଫିରିଙ୍ଗିଆ ଥାନା ପୋଡି ଘଟଣା :ମିଳିତ ମଞ୍ଚ ତରଫରୁ ଆସନ୍ତା ୨୮ ତାରିକ୍ଷ କନ୍ଧମାଳ ପ୍ରତିବାଦ ସଭା ପାଇଁ ଆହ୍ୱାନ…

Independence


କନ୍ଧମାଳ ମିଳିତ ମଞ୍ଚ ପ୍ରତିନିଧି ଗଣ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇ ଜି ସତ୍ୟବ୍ରତ ଭୋଇ ଙ୍କୁ ଭେଟିଲେ

ଫୁଲବାଣୀ : ବହୁ ଚର୍ଚ୍ଚିତ ଫିରିଙ୍ଗିଆ ବ୍ଳକର ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ନେଇ ଫିରିଙ୍ଗିଆ ଅଂଚଳବାସୀଙ୍କ ଅଭିଯୋଗ କରି ରାସ୍ତା ଅବରୋଧ ଏବଂ ଗିରଫ କରିବା ପାଇଁ ଦାବୀ ହୋଇଥିଲା l ପୋଲିସ ପକ୍ଷରୁ ଉଚ୍ଚ ଅଧିକାରୀଙ୍କ ବିରୋଧରେ କୋଣସି କାର୍ଯ୍ୟନୁଷ୍ଠାନ ନ ହେବା ଯୋଗୁଁ ଏବଂ ନୀରିହ ଆଦିବାସୀଙ୍କ ଉପରେ ମିଥ୍ୟା ଗଞ୍ଜେଇ କେସରେ ପକାଇ ଗିରଫ୍ କରୁଥିବା ନେଇ ଘଟିଥିଲା ଥାନା ପୋଡି ଘଟଣା l ପରବର୍ତ୍ତୀ ସମୟରେ ପୋଲିସ ନିରୀହ ଲୋକଙ୍କୁ ଆଣି ଥାନା ସମ୍ମୁଖରେ ଗୋଡେଇ ଗୋଡେଇ ପିଟି ଅଚେତ କରାଇବା ଭିଡିଓ ଭାଇରାଲ୍ ପରେ କନ୍ଧମାଳ ମିଳିତ ମଞ୍ଚ ଏହାକୁ ନିନ୍ଦା କରିଥିଲା l ଏନେଇ କନ୍ଧମାଳ ମିଳିତ ମଞ୍ଚ ଫିରିଙ୍ଗିଆ ଗସ୍ତ କରି ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ l


ଆଲୋଚନା ପ୍ରକାରେ କନ୍ଧମାଳ ମିଳିତ ମଞ୍ଚର ପ୍ରତିବାଦ ସଭା ଆସନ୍ତା ୨୮ ଅଗଷ୍ଟ ତାରିଖରେ ସ୍ଥିରୀକୃତ ହୋଇଥିଲା l ଏ ନେଇ ସାମ୍ବାଦିକ ସମ୍ମିଳନୀ ମଧ୍ଯ କରାଯାଇଥିଲା l ଅନ୍ୟ ପଟରେ ଫିରିଙ୍ଗିଆ ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳ ରେ ଲୋକୋଙ୍କ ବିଶ୍ୱାସ ଜିତିବା ପାଇଁ ଗାଁ ଗାଁ ରେ ଭଲିବଲ ପ୍ରତିଯୋଗିତା କରାଯିବା ସହିତ ଶାନ୍ତି ବୈଠକ ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡି ଥିବା ବେଳେ I ଏହିପରି ସମୟରେ କନ୍ଧମାଳ ମିଳିତ ମଞ୍ଚର ଆଇଜି ଅଫିସ ଗ୍ରସ୍ତ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚି ସ୍ରୁଷ୍ଟି କରିଛି l ଆସନ୍ତା 28 ତାରିଖ କନ୍ଧମାଳ ମିଳିତ ମଞ୍ଚର ଆହ୍ଵାନ ଜନ ସାଧାରଣଙ୍କ ଆଲୋଚନା ର ବିଷୟ ପାଲଟିଛି I କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆଜି ସଭାପତି ସମୀର ଘଟାଲ, ସାଧାରଣ ସମ୍ପାଦକ ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା ଆବାହକ ସର୍ଦାର ଲମ୍ବୋଦର କହଁର, ପ୍ରମୂଖ ଦକ୍ଷିଣା ଅଞ୍ଚଳ ଆଇ ଜି ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ଦେଇଛନ୍ତି l ଆସନ୍ତା 28 ତାରିଖ ରେ ଆଭିମୁଖ୍ୟ କଣ ରହିବ ଏହାକୁ ନେଇ ଆଲୋଚନା ହୋଇଛି l ପୋଲିସ ଘଟଣା କୁ ନେଇ ତୀକ୍ଷ୍ଣ ଦୃଷ୍ଟି ରଖିଛି କାରଣ କନ୍ଧମାଳ ଅଞ୍ଚଳ ଅତି ସ୍ପର୍ଶକାତର ଜିଲ୍ଲା ଭାବେ ପରିଚିତ ଯାହାକି ଅତୀତ ର ୨ ଦୁଇଟି ଦଙ୍ଗା ଏହାର ମୂକ ସାକ୍ଷୀ ତେଣୁ ପୋଲିସ ଶାନ୍ତି ଫେରାଇ ଆଣିବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଛି…

ad-week
Leave A Reply

Your email address will not be published.