ବାଟାଲିୟନ କ୍ୟାମ୍ପରେ ରକ୍ତଦାନ ଶିବିର

add-all

ମାଲକାନଗିରି //ସୁକମା : ବୁଧବାର ଦିନ ସୁକମାର F2 coy Ramaram କ୍ୟାମ୍ପ ଠାରେ ୦୨ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ରତିକାନ୍ତ ବେହେରାଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ଡାକ୍ତରଖାନା ଡାକ୍ତରଟିମ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ବାଟାଲିୟନ ଅଫିସର ଏବଂ ଯବାନମାନେ ମିଶି ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ଏହି ଅବସରରେ ଶ୍ରୀ ରତିକାନ୍ତ ବେହେରା, କମାଣ୍ଡାଣ୍ଟ ୦୨ ବାଟାଲିୟନ ପ୍ରଥମେ ରକ୍ତ ଦାନ କରି ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ଏହି ଅବସରରେ ଦ୍ୱିତୀୟ କମାଣ୍ଡିଂ ଅଫିସର ଶ୍ରୀ ପୱନ କୁମାର, ଶ୍ରୀ ଟି ସାମସନ୍ ରାଜୁ ଡେପୁଟି କମାଣ୍ଡାଣ୍ଟ, ଶ୍ରୀ ଭାସ୍କର ଭଟ୍ଟାଚାର୍ଯ୍ୟ ଡେପୁଟି କମାଣ୍ଡାଣ୍ଟ, ଡକ୍ଟର ଅନୀଲ କୁମାର ବରିଷ୍ଠ ମେଡିକାଲ ଅଫିସର, ଶ୍ରୀ ରାକେଶ କୁମାର ଠାକୁର ଏବଂ ଶ୍ରୀ ଅଶ୍ୱାନୀ କୁମାର ସିଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଇତ୍ୟାଦି ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ମିଡିଆ ବ୍ୟକ୍ତିମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ।ମେଡିକାଲ ପକ୍ଷରୁ ଅଫିସର ଶ୍ରୀ ଏସ.ରାଜୁ ଜିଲ୍ଲା ଡାକ୍ତରଖାନା ଏବଂ ତାଙ୍କ ଦଳ ଉପସ୍ଥିତ ଥିଲେ। ରକ୍ତ ଦାନକୁ ମହାନ ଗୁଣର ନାମ ଦିଆଯାଇଛି, ଏହି ଅନୁଭବ ଦ୍ୱାରା ଅନୁପ୍ରାଣିତ ହୋଇ କର୍ମଚାରୀମାନେ ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିଥିଲେ।ଯେତେବେଳେ ବି ରକ୍ତ ଆବଶ୍ୟକ ହୁଏ, ୦୨ ବାଟାଲିୟନ ର ଯବାନମାନ ମାନେ ରକ୍ତଦାନର ଆଗ ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିବ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ରତିକାନ୍ତ ବେହେରା କହିଛନ୍ତି ଯେ ଏହି ପ୍ରକାର କାର୍ଯ୍ୟକ୍ରମ ନିୟମିତ ଭାବେ ୦୨ ବାଟାଲିୟନ ଦ୍ୱାରା ଆୟୋଜିତ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ।ଆମର ଲକ୍ଷ୍ୟ ହେଉଛି ସୁରକ୍ଷା ଦାୟିତ୍ୱ ବ୍ୟତୀତ ମାନବିକତା ପାଇଁ ସେବା ମଧ୍ୟ ରହିବ।ଜିଲ୍ଲା ଡାକ୍ତରଖାନାର ଏହି ଧାର୍ମିକ କାର୍ଯ୍ୟ ତଥା ପଦକ୍ଷେପ ପାଇଁ ୦୨ ବାଟାଲିୟନ ଅଧିକାରୀ ତଥା ଯବାନମାନଙ୍କୁ ମଧ୍ୟ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଯାଇଛି। ଏହି ଶିବିରରେ ପ୍ରାୟ ୬୦ ଜଣ ଯବାନ ରକ୍ତ ଦାନ କରିଥିଲେ।

ad-week
Leave A Reply

Your email address will not be published.