ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୫ ତମ ଶ୍ରାଦ୍ଧବାର୍ଷିକୀ ସଭା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପନ୍ଦର ତମ ଶ୍ରଦ୍ଧାଞ୍ଜଳି ସଭା ଏକ ଭକ୍ତିପୁତ ପରିବେଶ ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଶ୍ୱହିନ୍ଦୁ ପରିଷଦ ର ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ପୂଜ୍ୟ ସାମୀ ଜୀବନ ମୁକ୍ତାନନ୍ଦ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁ ଧର୍ମ ଓ ଗୋ ସୁରକ୍ଷା ପାଇଁ ସେ ସର୍ବଦା ସଂଗ୍ରାମ କରି ଆସୁଥିଲେ l ତାଙ୍କର ଅନୁପସ୍ଥିତି ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି । ଏଣୁ ସ୍ଵାମୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ।ସେହିପରି
ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ ସଭାପତି ତଥା ପୂର୍ବତନ କୁଳପତି ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥିଭାବେ ବିଶ୍ୱହିନ୍ଦୁ ପରିଷଦ ପୁର୍ବପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ ବିଶ୍ୱହିନ୍ଦୁ ପରିଷଦ କନ୍ଧମାଳ ଜିଲ୍ଲା କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ କାମଦେବ ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ଵାମୀଜୀଙ୍କ ସ୍ମୃତି ଚାରଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ, ଆଇନଜୀବୀ ରବି ସମ୍ପାଦକ ନାରାୟଣ ପାତ୍ର, ପ୍ରିୟ ନାଥ ଶର୍ମା କାର୍ଯ୍ୟକ୍ରମ ସୂଚକ, ପ୍ରିୟ ରଞ୍ଜନ ଚୌଧୁରୀ ଏକଲ ଅଭିଯାନ ର ଉପସଭାପତି, ଆଇନଜିବି ଭଗବାନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ପରେଶ ମହାପାତ୍ର, ଶିବାସିସ ପଣ୍ଡା ଙ୍କ ସମେତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଏଚପି, ଓ ଏବିଭିପି, ବିଜେପି କର୍ମୀ ଓ ଅନ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.