ଟାଙ୍କିରୁ ଅନବରତ ଗଳୁଛି ପାଣି, ଗାଁ ଲୋକେ ଆତଙ୍କିତ

add-all


ହିଞ୍ଜିଳିକାଟୁ ୨୭/୮ ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ହିଞ୍ଜିଳିକାଟୁ ପ୍ରୟୋଗଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିପାଇଁ ବିଭିନ୍ନ ଯୋଜନାରେ ଆସୁଛି କୋଟି କୋଟି ଟଙ୍କା।ଫଳରେ ଦୁର୍ନୀତି ର ଗନ୍ତାଘର ପାଲଟିଛି ଗ୍ରାମାଞ୍ଚଳ ଜଳ ଯୋଗାଣ ପରିମଳ ଯୋଜନା (ଆରଡବ୍ଲଏସ ଏସ) କାର୍ଯ୍ୟାଳୟ।ଯେତିକି ଖର୍ଚ୍ଚ ହେଉଛି ତାର ଅର୍ଦ୍ଧାଧିକ ବାଟମାରଣା ହେଉଛି।ନିର୍ମାଣର ୬ ମାସ ଯାଇନି। କିନ୍ତୁ ଓଭରହେଡ଼ ପାଣି ଟାଙ୍କିରୁ ଅନବରତ ପାଣି ଝରୁଛି। ଯାହାକି ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ଏହିପରି ଅବସ୍ଥା ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ବ୍ଲକର ନିମି଼ଗାଁ ରେ। ପଞ୍ଚାୟତରାଜ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆର୍‌ଡବ୍ଲୁଏସ୍‌ଏସ୍‌) ପକ୍ଷରୁ ନିର୍ମିତ ହୋଇଥିବା ଏହି ଓଭରହେଡ ପାଣି ଟାଙ୍କିର ଅବସ୍ଥା ଏଭଳି ହୋଇଛି। ବିଭାଗ ପକ୍ଷରୁ ଏକ କୋଟି ୨୯ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ପାଇପ ପାଣି ଯୋଗାଣ ଯୋଜନା ରେ ଓଭର ହେଡ ପାଣି ଟାଙ୍କି, ଭୂତଳ ଟାଙ୍କି’ପାଇପ ବିଛା ସହ‌ବୋରୱଲ ଗତ ମଈ ମାସରେ ଏହାର ନିର୍ମାଣ କାର୍ଯ୍ୟ ସରିଥିଲା। ପ୍ରାୟ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କିର ଶୁଭାରମ୍ଭ ହେବା ଦିନ ଠାରୁ ଟାଙ୍କିର ତଳ ଏବଂ ଚାରିପଟୁ ପାଣି ଝରିବା ଆରମ୍ଭ କରିଥିଲା। ଟାଙ୍କି ଭୁଶୁଡ଼ି ପଡ଼ିବା ଆଶଙ୍କାରେ ଏବେ ଟାଙ୍କିରେ ଅଧାରୁ କମ୍‌ ପାଣି ଭର୍ତ୍ତି କରାଯାଉଛି। ଯଦି ଟାଙ୍କି ରେ ଏକ ଲକ୍ଷ ଲିଟର ପାଣି ଭର୍ତ୍ତି କରାଯାଏ ତେବେ ତାହା ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହେବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।ଠିକାଦାର ଓ ଯନ୍ତ୍ରୀ ସଲାସୁତରାରେ କୋଟି କୋଟି ଟଙ୍କାର କାମକୁ ଅତି ନିମ୍ନମାନର କରାଯାଇ ହରିଲୁଟ କରାଯାଉଛି ବୋଲି ଅଭିଯୋଗ ହେଉଛି ନିମ୍ନମାନର କାମ ଯୋଗୁଁ ଖରାପ ହୋଇଥିବା ଟାଙ୍କି ପାଈଁ ଠିକାଦାରଙ୍କ ଉପରେ ଓ ତଦାରଖ କରୁଥିବା ଯନ୍ତ୍ରୀ ଙ୍କ ଉପରେ କି କାର୍ଯାନୁଷ୍ଠାନ ଗ୍ରହଣ କରାଯିଵ ଏସଵୁର ଉତ୍ତର ଵିଭାଗ ପାଖରେ ନାହଁ ବା ଉତ୍ତର ଦେବାଲାଗି ବିଭାଗ ଚାହୁଁନାହିଁ। ବିଭାଗୀୟ ଅଧିକାରୀଙ୍କ ହାତ ବାରିଷି ସାଜିଥିବା ଠିକାଦାର ଓ‌ସେମାନଙ୍କୁ ସହାୟତା କରୁଥିବା ଅଧିକାରୀଙ୍କ ବ୍ୟକ୍ତିଗତ ଫାଇଦା ପାଇଁ କିଭଳି ମୂଲ୍ୟ ହିନ ଭାବେ ଖର୍ଚ କରାଯାଇଛି ଓଭରହେଡ ଟାଙ୍କି ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ଯୋଜନା ତାର ଏକ ଉଦାହରଣ ।ନିର୍ମାଣ ସମୟରେ ବିଭାଗ ପକ୍ଷରୁ ସଠିକ୍‌ ତଦାରଖ କରାଯାଇ ନଥିବାରୁ ନିମ୍ନମାନର କାର୍ଯ୍ୟ ହୋଇଥିଲାବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଯନ୍ତ୍ରୀ ରବିନ୍ଦ୍ର ନାୟକଙ୍କୁ ପଚାରିବାରୁ ଉକ୍ତ କାମ କରୁଥିବା ସମୟରେ ବିମ ପ୍ଲେଟ ଲାଗି ଗେପ ରହିଯାଇଛି ଯାଞ୍ଚ ପରେ ପୁଣି ଥରେ ମରାମତି କାମ କରାଯିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.