
ଉମରକୋଟ : ନିଖିଳ ଭାରତ ବାଙ୍ଗାଲି ସମନ୍ୱୟ ସମିତିର ଉମରକୋଟ ଦ୍ୱାରା ବିଶାଳ ସାଧାରଣ ସଭା ୟୁ, ଭି,ନଂ-୫୨, ମିକ୍ସ ଫାର୍ମ, କାଳିବାଡି, ଠାରେ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି | ସୂଚନାପ୍ରକାରେ ନିଖିଳ ଭାରତ ବାଙ୍ଗାଲି ସମନ୍ୱୟ ସମିତି ଉପଦେଷ୍ଟା ଶ୍ରୀ ତପନ ପାଳ, ଏବଂ ସଭାପତି ଶ୍ରୀ ତପନ ଦେବନାଥ, ବରିଷ୍ଠ ଆଇନଜୀବୀଙ୍କ ଆବାହନ କ୍ରମେ ଉମରକୋଟର ୩୦ଗୋଟି ବାଙ୍ଗାଲି ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ଡକାଇ ମିକ୍ସଫାର୍ମ ୟୁ, ଭି, ନଂ -୫୨, କାଳିବାଡି ପ୍ରାଙ୍ଗଣ ଠାରେ ଏକ ବିଶାଳ ସାଧାରଣ ବୈଠକ କରାଯାଇଥିଲା | ଏଥିରେ ପ୍ରାୟ ୫୦୦ ଭଦ୍ର ବ୍ୟକ୍ତି ଯୋଗଦାନ କରି ଥିଲେ, ଆଲୋଚ୍ୟ ବିଷୟ -ସମାଜର ଶାନ୍ତି, ଶୃଙ୍ଖଳା ରକ୍ଷା କରିବା ସହ କୁ ସଂସ୍କାର ପରିବର୍ତନ କରିବା, ଏବଂ ଯୁବ ସମାଜ ଯେପରି ମଦ ପିଇଁ ବିଶୃଙ୍ଖଳା ସୃଷ୍ଟି ନ କରି ପିତା ମାତାଙ୍କ ପ୍ରତି ଶ୍ରଧ୍ୟାବାନ ହୁଅନ୍ତି,ଓ ଝିଅ, ପୁଅ ମାନେ ମନ ଇଚ୍ଛା ଯାହା ତାହାକୁ ଲଭ କରି ବିବାହ କରି ଜିଆରେ ସିଆରେ ପଳାଇ ଯିବା ଉପରେ ଧ୍ୟାନ ଦେବାକୁ ପରିବ, ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ଟି ହେଲା ସ୍ଥାନିଅ ଭାଇ ଓ ଗ୍ରାମ ବାସୀଙ୍କ ସହ ଭାଇ ଚାରା ସୃଷ୍ଟି କରି, ସୁ ସମ୍ଫର୍କ ବଜାୟ ରଖୀ ସବୁ କାର୍ଯ୍ୟରେ ସହ ଭାଗୀ ହେବା,ସମସ୍ତ ଆଲୋଚନା ପରେ ସମାଜ ସୁରକ୍ଷା ପାଇଁଏକ ଉମରକୋଟ ବ୍ଲକ କମିଟି ଗଠନ କରାଗଲା,ସଭାପତି ଶ୍ରୀ ଚିତ୍ତ ରଞ୍ଜନ ଢାଳି, ଉପ ସଭାପତି ଶ୍ରୀ ଅଲୋକ ଦାସ, ସଂପାଦକ ଶ୍ରୀ ସନ୍ତୋଷ ସରକାର, ସହ ସଂପାଦକ ଶ୍ରୀ ନିର୍ମଳ ବିଶ୍ୱାସ, ସାଙ୍ଗଠନିକ ସଂପାଦକ ଶ୍ରୀ କ୍ରିଷ୍ଣ ରାୟ, କୋଷାଧ୍ୟକ ଶ୍ରୀ ବିଜୟ କ୍ରିଷ୍ଣ ଦାସଙ୍କୁ ମନନିତ କରାଯାଇଅଛି, ସଭାକାର୍ଯ୍ୟଟି ପରିଚାଳନା କରିଥିଲେ ଶ୍ରୀ କୋମଲ ଗାଇନ ବରିଷ୍ଠ ଆଇନ ଯିବି, ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାକାର୍ଯ୍ୟଟି ସମାପନ କଲେ ଶ୍ରୀ ତପନ ଦେବନାଥ, ଏବଂ ଶେଷରେ ସମସ୍ତଙ୍କ ପାଇଁ ଖାଇବା, ପିଇଁ ବାର ବ୍ୟବସ୍ତା କରିଥିଲେ ମିକ୍ସଫାର୍ମ ଗ୍ରାମବାସୀ ବୃନ୍ଦ, ଏହି ସଭାରେ ଉମରକୋଟ, ରାଇଘର ଅଂଚଳର ବହୁ ବୁଦ୍ଧିଜୀବୀ, ଓ ସଂଗଠନ ତରଫରୁ ଧନ୍ୟବାଦ ଜଣାଇବା ସହ ପ୍ରସଂଶା କରିଛନ୍ତି |