ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ରକ୍ତଦାନ ଶିବିର ଆୟୋଜିତ

add-all

ବ୍ରହ୍ମପୁର : ଓଁ ଶ୍ରୀ ଇନଷ୍ଟିଚ୍ୟୁଟରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସମିତି ର ସଭାପତି କାହ୍ନୁ ଚରଣ ପାତ୍ର ଙ୍କ ଜନ୍ମଦିନ ଅବସରରେ “ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ” ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ବିଭିନ୍ନ ଯୁବକ ବର୍ଗ ତଥା ଛାତ୍ର ଛାତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ସମୂହ ଯୋଗ ଦେଇ ଥିବାରୁ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରିଥିଲା। ଉକ୍ତ ଶିବିରରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ବ୍ରହ୍ମପୁର ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳେଇ, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣା, ଲୋଚାପଡ଼ା ସମିତିସଭ୍ୟ ଶ୍ରୀଯୁକ୍ତ ଚଣ୍ଡୀ ଚରଣ ସାହୁ ଏବଂ ବୋରି ଗାଁ ସମିତିସଭ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ତଥା ବହୁ କର୍ପୋରେଟର ଏବଂ ସ୍ଥାନୀୟ ଯୁବ ନେତୃବୃନ୍ଦ ଉପସ୍ଥିତି ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନପତ୍ର ପ୍ରଦାନ କରିଥଲେ ।ଶିଶିର କୁମାର ଗୌଡ଼, ସୁଶୀଲ କୁମାର ସାହୁ, ଶ୍ରୀରାଜ ନାହାକ, ପୃଥ୍ବୀରାଜ ପାଇକ, ଶୁଭମ୍ ପାଇକ, ଜଗନ୍ନାଥ ଗୌଡ, ମୁନା ପଣ୍ଡା ଏବଂ ନୀଳକଣ୍ଠ ଗୌଡ଼ ଆଦି ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.