ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରମୁଖ ଭମିକା ନିଭାଇଛନ୍ତି ବାୟୁ ସ୍ବାସ୍ଥ୍ୟସେବା ବିଭାଗ…

add-all

ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଦିନ ଧରି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ୨୮ ତାରିଖ ଠାରୁ ଏହି ସେବା ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି। ଏଥିରେ ମାଲକାନଗିରି ଜିଲ୍ଲାର ବହୁ ରୋଗୀ ଚିକିତ୍ସିତ ହୋଇ ଉପକୃତ ହୋଇପାରିଛନ୍ତି।

କିଡିନୀ ରୋଗ ବିଶେଷଜ୍ଞ ଡା. ଅମଳେନ୍ଦୁ ଜେନା, ହୃଦରୋଗ ବିଶେଷଜ୍ଞ ଡା. ବିଜୟ କୁମାର ଦାସ, ଶଲ୍ୟ ବିଶେଷଜ୍ଞ ଡା. ସସ୍ମିତା ସେଠୀ ଓ ଡା. ଗୋରଚାନ୍ଦ ମୁର୍ମୁ ପ୍ରମୁଖ ଜିଲ୍ଲାର ବହୁ ରୋଗୀଙ୍କୁ ଚିକିତ୍ସା କରିଛନ୍ତି। ଏହି ୪ ଦିନ ମଧ୍ୟରେ ୨୧୯ ଜଣଙ୍କ ଚିକିତ୍ସା କରାଯାଇଛି। ତନ୍ମଧ୍ୟରେ ରହିଛି ୪ଟି ଅସ୍ତ୍ରୋପଚାର, ୬୬ଟି ହୃଦରୋଗ ଚିକିତ୍ସା, ୪୯ଟି ଯକୃତ ରୋଗ ପରୀକ୍ଷା, ୭୫ଟି କିଡନୀ ରୋଗୀଙ୍କ ପରୀକ୍ଷା, ୨୫ଟି ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ପରୀକ୍ଷା କରାଯାଇଥିବା ନେଇ ନୋଡାଲ ଅଫିସର ଡା. ନିହାର ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ମାଲକାନଗିରିର ଗୁରୁତର ରୋଗୀମାନେ ବିଶାଖାପାଟଣମ୍ କିମ୍ବା କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିଲେ। ତେବେ ଏଠାରେ ସେହି ସୁବିଧା ଯୋଗାଇ ଦିଆଯାଉଥିବାରୁ ରୋଗୀଙ୍କ ସମ୍ପର୍କୀୟୀମାନେ ଖୁସିବ୍ୟକ୍ତ କରିଥିଲେ। ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଦ୍ବାରା ବହୁ ରୋଗୀ ଉପକୃତ ହେବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ କୁମାର ନନ୍ଦ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଫୋକସ କରୁଥିବା ବେଳେ ଏଠାରେ ଲୋକେ କିପରି ମାଗଣାରେ ଭଲ ସ୍ବାସ୍ଥ୍ୟସେବା ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଆରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିଏମଓ ତଥା ସିନିୟର ମେଡିକାଲ ଅଫିସର ଡା. ଅନୀଲ କୁମାର ମିଶ୍ରଙ୍କ ସମେତ ଶଲ୍ୟ ବିଶେଷଜ୍ଞ ଡା. ସପନ କୁମାର ଦିଣ୍ଡା, ଭେଷଜ ବିଶେଷଜ୍ଞ ଡା. ପ୍ରଫୁଲ ବେହେରାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର ଓ ମେଡିକାଲ ମ୍ୟାନେଜର ସୁଶାନ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.