ତହସିଲଦାରଙ୍କ ପ୍ରତିଶୃତିରୁ ବ୍ରାହ୍ମଣୀଗାଁ ବଜାର ବନ୍ଦ ଡାକରା ଦୀର୍ଘ ୬ ଘଣ୍ଟା ପରେ ହଟିଲା…

add-all

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,: ୦୧/୦୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ଦୀର୍ଘ ମାସ ଧରି ବ୍ରହ୍ମଣୀଗାଁ ବାଜାର ପ୍ରଶସ୍ତି କରଣ ରାସ୍ତା ଅଧପନ୍ତରିୟା ଭାବେ ପଡି ରହିଛି। ଏହାର ପ୍ରତିବାଦରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଆଜି ୧୨ ଘଣ୍ଟିଆ ବଜାର ବନ୍ଦ ଡାକରା ଦେଇଛନ୍ତି। ତହସିଲଦାର ଶରତ ସବରଙ୍କ ହସ୍ତକ୍ଷେପରେ ଏହି ବନ୍ଦ ଡାକାର ୬ଘଣ୍ଟା ପରେ ହଟିଥିବା ପ୍ରକାଶ ପାଇଛି। ପ୍ରକାଶ ଥାଉକି ଏହି ବଜାର ରାସ୍ତା ଦେଇ ପ୍ରତି ଦିନ ବ୍ଲକ ମହକୁମା ତଥା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିକୁ ଶତାଧିକ ଯାନ ବାହାନ ଚଳା ଚଳ କରୁଛି। ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ବଜାରଦେଇ ତପ୍ତପାଣି ଉଷ୍ଣପ୍ରସନ ବନର ଦୂରତା ଓ ଗଜପତି ଜିଲା ଜିରାଙ୍ଗ ସ୍ଥିତ ବୌଦ୍ଧ ପୀଠର ଦୂରତା ପ୍ରାୟ ଶହେ କିଲୋମିଟର। ଏଣୁ ଏହି ରାସ୍ତାକୁ ଟୁରିଷ୍ଟ ରୁଟ କୁହାଯାଉଛି। ହେଲେ ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ୪ ମାସ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ଅପୂର୍ଣାଙ୍ଗ ହୋଇ ପଡି ରହିଛି। ପ୍ରାୟ ଏକ ମାସ ହେବ ପୂର୍ତ୍ତ ବିଭଗା ଦ୍ୱାରା ନିୟୋଜିତ ଥିବା ଠିକାଦର କାମ ବନ୍ଦ ରଖି କ୍ୟାମ୍ପ ଉଠାଇ ଚାଲି ଯାଇଥିବା ଜଣାପଡିଛି। ଯାହାରି ଫଳରେ ରାସ୍ତା ନିର୍ମାଣ ପାଇଁ ବ୍ୟବହାର କରା ଯାଇଥିବା ପଥର ଚିପ୍ସ ସବୁ ଉଠି ଖାଲ ଖମା ସୃଷ୍ଟି ହେବା ସହିତ ରାସ୍ତାରେ ବ୍ୟବହାର କରା ଯାଇଥିବା ଚିପ୍ସ ସବୁ ରାସ୍ତା ଉପରେ ବିଛେଇ ହୋଇ ଗମନା ଗମନରେ ବାଧା ଉପୁଜିଛି। ଶୁଖିଲା ପାଗ ଯୋଗୁ ଗାଡି ଘୋଡା ଯାତାୟାତ ବେଳେ ବଜାର ଧୂଳିମୟ ହୋଇ ଦୁସ୍ଥ ପରିବେଶ ସୃଷ୍ଟି ହେଉଛି। ଏହାର ପ୍ରତିବାଦରରେ ବ୍ରହ୍ମଣୀଗାଁ ଅଞ୍ଚଳ ବାସୀ ଆଜି ୧୨ ଘଣ୍ଟିୟା ବନ୍ଦ ଡାକରା ଦେଇଥିବା ପ୍ରକାଶ ପାଇଛି। ହେଲେ ତହସିଲଦାର ଶରତ କୁମାର ଶବର ବ୍ରାହ୍ମଣୀଗାଁ ପହଞ୍ଚି ଆନ୍ଦୋଳ କାରୀଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ରାସ୍ତା କାମ ଆରମ୍ଭ ଓ ପ୍ରତି ଦିନ ବଜାର ରାସ୍ତାରେ ସକାଳ ଓ ସନ୍ଧ୍ୟା ସମୟରେ ଧୁଳି ନ ଉଡିବା ପାଇଁ ପାଣି ପକାଯିବାର ପ୍ରତିଶୃତି ଦେବା ପରେ ବ୍ରାହ୍ମଣୀଗାଁ ବଜାର ବନ୍ଦ ଆନ୍ଦୋଳନ ଦୀର୍ଘ ୬ ଘଣ୍ଟା ପରେ ହଟି ଥିଲା। ମୁଖ୍ୟତଃ ଆଜି ଯୁକ୍ତ ୩ ପିଲାଙ୍କ ପରୀକ୍ଷା ଥିବାରୁ ଅଞ୍ଚଳ ବାସୀ ଯାନ ବାହନ ଚଳାଚଳ ବନ୍ଦ ନକରି କେବଳ ଦୋକାନ ବଜାର ବନ୍ଦ କରି ଥିଲେ। ତହସିଲଦାରଙ୍କ ପ୍ରତିଶୃତିରୁ ଅଞ୍ଚଳ ବାସୀ ବଜାର ବନ୍ଦ ଆନ୍ଦୋଳନରୁ ହଟି ଥିଲେ ସତ, ହେଲେ ସାତ ଦିନ ମଧ୍ୟରେ ବାଜାରର ଡ୍ରେନ ଓ ରାସ୍ତା କାମ ଆରମ୍ଭ କରାନଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳ ବାସୀ ତହସିଲ ଦାରଙ୍କ ନିକଟରେ ଦୃଢ଼ ଦାବୀ କରିଥିବା ଜଣା ପଡ଼ିଛି। ବଜାର ବନ୍ଦ ପାଳନରେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବା ପାଇଁ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ତତ୍ୱାବଧାନରେ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ଏ ଏସ ଆଇ ଶଙ୍କର ୱାଡାକାଙ୍କ ନେତୃତ୍ୱରେ ପୋଲିସ ବାହିନୀ ନିୟୋଜି ରହିଥିଲେ।

ad-week
Leave A Reply

Your email address will not be published.