ଫିରିଙ୍ଗିଆ ଅଞ୍ଚଳରୁ ଟିଫିନ ବୋମା ସାମଗ୍ରୀ ଜବତ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଟିଫିନ ବୋମା ସାମଗ୍ରୀ ଜବତ ହୋଇଛି । ଏକ ଷ୍ଟିଲ ଟିଫିନ,ତାର, ବ୍ୟାଟେରୀ ଓ ସେଲୋଟେପ ଜବତ ହୋଇଛି । କିଛି ଜିଲେଟିନ ମଧ୍ଯ ମିଳିଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ଗ୍ରାମ ନିକଟ ଟିକରାପଦର ଠାରେ ବିଏସଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ କମିଂ ଅପରେସନ ଚାଲିଥିଲା । ଏତିକି ବେଳେ ଏକ ଗଛ ନିକଟରେ ଟିଫିନ ବୋମା ସାମଗ୍ରୀ ପଡି ରହିଥ‌ିବା ଦେଖିବାକୁ ମିଳିଥିଲା। ଟିଫିନ ବୋମା ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବାହିନୀ ପହଞ୍ଚି ଯିବାରୁ ପ୍ରସ୍ତୁତକାରୀ ଜିନିଷ ଛାଡି ଦେଇ ଚାଲି ଯାଇଥ‌ିବା ଅନୁମାନ କରାଯାଉଛି। ପ୍ରକାଶ ଥାଉକି, କିଆମୁଣ୍ଡା ଅଞ୍ଚଳରେ ଗତ ଦିନରେ ମାଇନ ବିସ୍ଫୋରଣରେ ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଅପରପକ୍ଷରେ, ଗୁରୁବାର ଗୋଚ୍ଛାପଡା ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟକ ମାଓ ଲିଫଲେଟ ପଡିଥିବା ଦେଖ‌ିବାକୁ ମିଳିଥିଲା। ଏସବୁ ଘଟଣା ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଓ ଗତିବିଧ‌ିକୁ ପ୍ରମାଣିତ କରୁଛି। ସୁରକ୍ଷା ବାହିନୀ ପକ୍ଷରୁ ଏହି ଅଞ୍ଚଳରେ କମିଂ ଅପରେସନ ଜାରି ରହିଛି।

ad-week
Leave A Reply

Your email address will not be published.