ଫୁଲବାଣୀ ଠାରେ ମୁଁ ବି ମିତା କାର୍ଯ୍ୟକ୍ରମ…

add-all

ଫୁଲବାଣୀ : ମୁଁ ବି ମିତା ” କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ଶ୍ରୀ ପାଟିଲ୍ ଯୁବ ଭୋଟର ମାନେ ଯେପରି ଅଧିକରୁ ଅଧିକ ସଂଖ୍ୟକ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବେ ସେ ବିଷୟରେ ସମସ୍ତ ମିତା ସ୍ଵେଚ୍ଛାସେବୀ ମାନଙ୍କୁ ବୁଝାଇବା ସହିତ ମତଦାନର ମହତ୍ଵ ବିଷୟରେ ସମ୍ୟକ ଧାରଣା ଦେଇଥିଲେ l ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଟେକ୍ନିକାଲ୍ ଆସିଷ୍ଟାଣ୍ଡ ଜିତେନ୍ଦ୍ର ମାର୍ଥା ନିଜ ନିଜ ମୋବାଇଲ୍‌ରେ କିପରି ଭୋଟର୍ ହେଲ୍ସ ଲାଇନ୍ ଆପ୍ ଡାଉନ୍‌ଲୋଡ୍ କରି ନାମ ପଞ୍ଜୀକରଣ କରାଯାଇପାରିବ ସେ ବିଷୟରେ ସମସ୍ତ ମିତ ସ୍ଵେଚ୍ଛାସେବୀମାନଙ୍କୁ ବୁଝାଇଥିଲେ।

ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଚୁନା ପ୍ରଧାନ କାର୍ଯକ୍ରମକୁ ପରିଚାଳନା କରିଥିବା ବେଳେ କନିଷ୍ଠ ରାଜସ୍ଵ ସହାୟକ ଅମିର ଦିଗାଲ କର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ଏବଂ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀମତୀ ଦିସ୍ତୀମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ବୁଥ୍ ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ମିତା ସ୍ଵେଚ୍ଛାସେବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.