ବ୍ରହ୍ମପୁର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ…

add-all

ବ୍ରହ୍ମପୁର (୯/୯) : ବ୍ରହ୍ମପୁର ସ୍ଥିତ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଠାରେ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗର ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ତୃତୀୟ ତ୍ତମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏଥିରେ ୧୦ ଗୋଟି ମାମଲା ଉପସ୍ଥାପନ କରାଯାଇଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ମାମଲାର ସମାଧାନ ହୋଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫରିଆଦକାରୀ ଓ ଅପରପକ୍ଷ ଦଳ ଉପସ୍ଥିତ ରହି ମାମଲାର ସମାଧାନ ଶୁଣାଣି କରାଯାଇଛି। ଫରିଆଦକାରୀଙ୍କ ପକ୍ଷରୁ ନିଯୁକ୍ତି ହୋଇଥିବା ଓକିଲ ଶ୍ରୀ କୃଷ୍ଣଚନ୍ଦ୍ରସାହୁ ମାମଲା ଉପସ୍ଥାପନା କରିଥିଲେ ମାମଲା ସଂଖ୍ୟା -ସି.ସି-୯୩/୨୧ ର ଫରିଆଦକାରୀ -ସାଇ ଶଙ୍କର ପଣ୍ଡା ଓ ଅପରପକ୍ଷ -ସାମସଙ୍ଗ୍ ଇଲେକ୍ଟ୍ରୋନିକ ଇଣ୍ଡିଆ ପ୍ରା:ଲିଃ ଉଭୟ ପକ୍ଷଙ୍କ ସହମତିରେ ମାନ୍ୟବର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ବ୍ରହ୍ମପୁର ବିଚାର କରି ପରିଶୋଧ ମଂଜୁର କରାଯାଇଛି ଫରିଆଦକାରୀଙ୍କୁ ଅପରପକ୍ଷ ଟଙ୍କା ୩୧,୯୦୦ ଦେବା ପାଇଁ ସହମତି ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.