ସାମ୍ୱାଦିକଙ୍କୁ ମାଡ଼ ପ୍ରତିବାଦ ରେ ଥାନା ସମ୍ମୁଖରେ ଧାରଣା…

add-all

ନିମାପଡ଼ା : ପୁରୀ ଜିଲ୍ଲା ଗୋପ ଥାନା ରେ ଶନିବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି।ସୂଚନା ଥାଉକି ଗୋପ ଥାନା ଗବସିଙ୍ଗା ଗ୍ରାମ ର ରାଧାଶ୍ୟାମ ଭୋଳ ଙ୍କୁ ୪ଜଣ ଯୁବକ ସୁବର୍ଣ୍ଣପୁର ଛକ ଠାରୁ ଅପହରଣ କରି ନେଇଥିବା ତାଙ୍କ ପତ୍ନୀ ପୁଷ୍ପଲତା ପୋଲିସ ରେ ଅଭିଯୋଗ କରିବାପରେ ଗୋପ ଥାନା ପୋଲିସ ଦଫା ୨୯୪/୩୬୫/୩୪ ଆଇ ପି ସି ରେ ଏକ ମାମଲା ରୁଜୁ କରି ( କେଶ ନଂ ୨୬୩/୨୩) ଘଟଣା ରେ ସଂପୃକ୍ତ ଅଭିଯୋଗ ରେ ୪ ଯୁବକ ଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ନିମାପଡ଼ା ଏସ ଡି ପି ଓ ଦେବାଶିଷ ମିଶ୍ର ଅଭିଯୁକ୍ତ ମାନଙ୍କୁ ପଚରା ଉଚରା କରୁଥିଲେ। ଅପରାହ୍ନ ରେଶାସକ ଦଳ ସମର୍ଥିତ କିଛି ଯୁବକ ଥାନା କୁ ଆସି ଜୋର ଜବରଦସ୍ତ ଅଟକ ଥିବା ଯୁବକ ମାନଙ୍କୁ ନେଇ ଯାଇଥିଲେ। ଏହି ସମୟ ରେ ଥାନା ରେ ପହଞ୍ଚି ଖବର ସଂଗ୍ରହ କରୁଥିବା ସାମ୍ୱାଦିକ ପ୍ରଦ୍ୟୁମ୍ନ ବେହେରା ଙ୍କୁ ଉକ୍ତ ଯୁବକ ମାନେ ମାଡ଼ ମାରିବା ସହିତ ତାଙ୍କ ମୋବାଇଲ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିବା ପରେ ସାମ୍ୱାଦିକ ଅକ୍ଷୟ ନାୟକ, ରଞ୍ଜନ ଦାସ, ସଚିଦାନନ୍ଦ ଗୋଚ୍ଛାୟତ, ସଞ୍ଜୟ ସେନାପତି, ବିଚିତ୍ରାନନ୍ଦ ସାହୁ, ମିଲନ ମହାନ୍ତି, ରମାକାନ୍ତ ବେହେରା, ରଞ୍ଜନ ପଟ୍ଟନାୟକ, ଆଲୋକ ରଂଜନ ରାଉତରାୟ ପ୍ରମୁଖ ଗୋପ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।ଖବରପାଇ ପୁରୀ ଜିଲ୍ଲା ଅତିରିକ୍ତ ଏସ ପି ବିଷ୍ଣୁ ଚରଣ ପତି ଥାନା ରେ ପହଞ୍ଚି ସାମ୍ୱାଦିକ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ସାମ୍ୱାଦିକ ମାନେ ଅଡ଼ି ବସିଥିବାରୁଏହା ପୋଲିସ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି।

ad-week
Leave A Reply

Your email address will not be published.