କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ…

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ସମସ୍ତ କର୍ମକର୍ତ୍ତା ଏବଂ ପରାମର୍ଶଦାତା ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ସମେତ ଅନ୍ୟ ପରାମର୍ଶ ଦାତାଙ୍କ ପୂର୍ବ ଆଲୋଚନା ପ୍ରକାରେ ଫୁଲବାଣୀ ପ୍ରଦକ୍ଷିଣ ଗୃହ ଠାରେ କନ୍ଧମାଳ ଜିଲ୍ଲା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପୁଷ୍ପ ଗୁଛ‌‌‌ ଦେଇ ସମ୍ୱର୍ଦ୍ଧନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରର ଉଲେକ୍ଷ ରହିଛି ଯେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘଠନ ଗଠନ ହେବାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ହୋମଗାର୍ଡ ସଂଘ ବଞ୍ଚିତ ହେଉଥିବାରୁ। ଆଗାମୀ ଦିନରେ କିପରି କନ୍ଧମାଳ ଜିଲ୍ଲାର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସରଳ ସମାଧାନ ହୋଇପାରିବ ସେ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହୋମଗାର୍ଡ ସଂଘ ପରାମର୍ଶଦାତା, ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ହୋମ ଗାର୍ଡ଼ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ହୋମଗାର୍ଡ ସଂଘ,ଆବାହକ ତଥା, ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ସମ୍ପାଦକ, ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍,ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ଚିଦାନନ୍ଦ ଦାସ,ଉପ ସଭାପତି ସାଫରିନ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.