ବିପଦର ବନ୍ଧୁ ସାଜିଛି ରାଳବ : ରକ୍ତଦାନ କ୍ଷେତ୍ରରେ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛି…

add-all

ହିଞ୍ଜିଳିକାଟୁ : ରକ୍ତଦାନ ଏବଂ ରାଳବ ଗ୍ରାମର ସମ୍ପର୍କର ନିବିଡ଼ତା ସମସ୍ତେ ଏଥିରୁ ବୁଝି ପାରିବେ ଯେ କେବଳ ଦୁଇ ବର୍ଷ ମଧ୍ୟରେ ଚାରୋଟି ସଫଳ ରକ୍ତଦାନ ଶିବିର ଆୟୋଜନ ପୂର୍ବକ ରକ୍ତଦାନର ଜାଗରଣକୁ ପ୍ରତ୍ୟେକ ପ୍ରାଣରେ ସଞ୍ଚରିତ କରାଇସାରିଛନ୍ତି। ପ୍ରତିଟି କ୍ୟାମ୍ପରେ ୭୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରି ସମଗ୍ର ଓଡ଼ିଶାରେ ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି ରାଳବ ଗ୍ରାମବାସୀ। ସେହି ଧାରାକୁ ଅବ୍ୟାହତ ରଖିବା ଏବଂ ନୂତନ, ନିରନ୍ତର, ସ୍ବେଚ୍ଛାକୃତ ରକ୍ତଦାତା ସୃଷ୍ଟି ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମରେ ଆଜି ତା ୧୦/୦୯/୨୦୨୩ ରିଖ ରବିବାର ଦିନ ଆୟୋଜିତ ହୋଇଥିଲା ପଞ୍ଚମ ରକ୍ତଦାନ ଶିବିର। ବିପଦର ବନ୍ଧୁ ଓଡିଶା ଏବଂ ରାଳବ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଜିର ଏହି ରକ୍ତଦାନ ଶିବିରରେ ପୁଣି ଥରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ପୂର୍ବକ ଶିବିର ଏକ ବିଶାଳ ସଫଳତା ହାସଲ କରିପାରିଛି।ଶିବିର ର ପୂର୍ଵ ଦିନ ରେ ଉତ୍ସାହି ଯୁବକ ମାନଙ୍କୁ ନେଇ ଚକୁଳିଆ ପଣ୍ଡା ମାଧ୍ୟମ ରେ ରକ୍ତ ଦାନ ର ମହତ୍ୱ ବିଷୟରେ ଗ୍ରାମ ପରିକ୍ରମା କରି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ପ୍ରଥମେ ଅଗ୍ରପୂଜ୍ୟଙ୍କ ଆରାଧନା କରିବା ପରେ ଶିବିର ଆରମ୍ଭ ହୋଇଥିଲା। ରାଳବ ଗ୍ରାମର ସଚେତନ ଯୁବଗୋଷ୍ଠୀ, ବିପଦର ବନ୍ଧୁ ଓଡ଼ିଶାର ସଦସ୍ୟବୃନ୍ଦ ମିଳିତ ଭାବରେ ଶିବିରକୁ ସୁପରିଚାଳନା କରିଥିଲେ। ରକ୍ତବୀରମାନଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ରକ୍ତବୀରଙ୍କୁ ମାନପତ୍ର, ମେଡାଲ ଏବଂ ଗଛ ପ୍ରଦାନ କରାଯାଇଥିଲା।ଏହି ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର ସଦସ୍ୟ ବୃନ୍ଦ ରକ୍ତ ସଂଗ୍ରହ କରିଥିଲେ। ଶିବିର ସମୟରେ ରାଳବ ଗ୍ରାମବାସୀଙ୍କ ପରିକଳ୍ପିତ ଅଭାବି, ଅବହେଳିତ ଓ ଅପହଞ୍ଚ ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଭିନ୍ନ ଏକ ପରିକଳ୍ପନା “ମୁଠାଏ ଚାଉଳ ଜୀବନ ପାଇଁ” ର ସାମୂହିକ ସଂଗ୍ରହ ଦିବସ ଲାଗି ଚାଉଳ ମଧ୍ୟ ସଂଗ୍ରହ କରାଯାଇଥିଲା । ଏଭଳି ଯୁଗୋପଯୋଗୀ ଏବଂ ଜନମଙ୍ଗଳକାରୀ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ମହଲରୁ ଅନେକ ପ୍ରସଂଶାର ସୁଅ ଛୁଟିଥିଲା।

ad-week
Leave A Reply

Your email address will not be published.