ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଉଦଘାଟନ ହୋଇ ଯାଇଛି। ସଭାପତି ପି.ରାମାରାଓ ସୁବୁଦ୍ଧିଙ୍କ ପୌରହିତ୍ୟରେ ଯୁଗ୍ମ -ସମ୍ପାଦକ କେ.ସିମାଞ୍ଚଳ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଚିକିଟୀ ସଚ୍ଚିଦାନନ୍ଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁପ୍ରିୟା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଥମିକ ଚିକିତ୍ସା ବିଷୟରେ କହିବା ସହ ଅସାବଧାନତା ଯୋଗୁଁ ଶିଶୁ ଅସୁସ୍ଥ କିପରି ହେଉଛନ୍ତି ତାହା ମାଆ ମାନଙ୍କୁ କହିବା ଓ ସୁସ୍ଥତା ପାଇଁ ସଚେତନତା ଅତ୍ୟାବଶ୍ୟକ ବୋଲି ମତ ଦେଇଥିଲେ। ଅନ୍ୟତମ ଅତିଥି ଦକ୍ଷିଣ ପୂର୍ବ ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀ ଅରୁଣ କୁମାର ବାଗ ଅଂଶଗ୍ରହଣ କରି ଶିଶୁଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ମାଆ ମାନଙ୍କୁ ସହଯୋଗୀ ହେବାକୁ ନିବେଦନ କରିଥିଲେ।ସଂକୁଳ ବାଟିକା ପ୍ରମୁଖା ଶ୍ରୀମତୀ ସସ୍ମିତା ପଣ୍ଡା, ମେନକା ପ୍ରଧାନ, ଲତା ପାଢ଼ୀ,ହରପ୍ରିୟା ସାହୁ,ପୁଷ୍ପାଞ୍ଜଳୀ ପାଢ଼ୀ ଓ ଲକି ପାଣିଗ୍ରାହୀ ଗୁରୁମାମାନେ ଉପସ୍ଥିତ ଥିବା ୮୦ ଜଣ ମାଆମାନଙ୍କୁ ଶିକ୍ଷାଦାନ ଦେଇଥିଲେ।ପ୍ରାଧନାଚାର୍ଯ୍ୟ ନିରଞ୍ଜନ ବିଷୋୟୀଙ୍କ ତତ୍ତ୍ୱlବଧାନରେ ଗୁରୁଜୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା l
