ମାଲକାନଗିରି ଜିଲ୍ଲାରେ ମିଶନ୍ ଇନ୍ଦ୍ରଧନୁଷ ଶୁଭାରମ୍ଭ…

add-all

ମାଲକାନଗିରି, ୧୧/୦୯/୨୩ :

ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଲକାନଗିରି ସଦର ସ୍ଥିତ ଏମ୍.ଭି-୪୩ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଉଦଘାଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଇନ୍ଦିରା ପ୍ରଧାନ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବ୍ରଜବନ୍ଧୁ ଦାସ ଓ ଡ. ଧନେଶ୍ବର ମହାପାତ୍ର ଉପସ୍ଥିତ ରହି ଜନ୍ମରୁ ୫ ବର୍ଷ ବୟସର ଶିଶୁଙ୍କୁ ନିୟମିତ ଟୀକାକରଣରୁ ବଞ୍ଚିତ ପଡିଥିବା ୪ଜଣ ଶିଶୁଙ୍କୁ ଟୀକାକରଣ କରାଇଥିଲେ। ଜିଲ୍ଲାରେ ଆଜିଠାରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ମିଶନ୍ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ୪୪୫ ଜଣ ଗର୍ଭବତୀ ମହିଳା ଓ ୧୭୩୩ ଜଣ ୫ ବର୍ଷରୁ କମ୍ ଶିଶୁଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ad-week
Leave A Reply

Your email address will not be published.