
ରାଜନଗର(୧୬/୦୯) ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଆଠଦିନ ହେଵ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କର ତିନି ଦଫା ହକ୍ ଦାଵୀ କରି ସମୂହଛୁଟି ନେଇ ରାଜ୍ୟର ସମସ୍ତ ବ୍ଲକର ଵିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାକୁ ଖାତିରି ନକରି ନାଚଗୀତରେ ପ୍ରତିବାଦ ଜଣାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଶିଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନିଜର ସ୍କୁଲମାନଙ୍କରେ ପିଲାମାନଙ୍କୁ ପାଠ ପଢାଇବା ବନ୍ଦ କରି ସ୍କୁଲରେ ତାଲା ଦେଇ ସମୂହଛୁଟିରେ ସରକାରଙ୍କ ଵିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ହାତରେ ଦାବୀ ଲେଖା ପ୍ଲାକାର୍ଡ ଧରି ସରକାର ବିରୋଧି ନାରାବାଜି କରି ବିଶାଳ ରାଲିରେ ଵଜାର ପରିକ୍ରମା କରି ଵ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ଧାରଣା ସ୍ଥଳରେ ପହଞ୍ଚି ଥିଲେ। ଶିକ୍ଷକମାନଙ୍କ ଦାଵୀ ଯଥାର୍ଥତା ଵୋଲି ସମର୍ଥନ କରି ପ୍ରାକ୍ତନ ଵିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଶିକ୍ଷକମାନଙ୍କର ଏହି ଦାବୀକୁ ନେଇ ଵିଧାନସଭାରେ ସରକାରଙ୍କୁ ଜଵାଵ ମଗାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଆଜି ମଧ୍ୟ ଧାରଣା ସ୍ଥଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନାଚ ଗୀତ ମାଧ୍ଯମରେ ପ୍ରତିବାଦ ଜଣାଇ ଥିଲେ। ଏପଟେ ପିଲାମାନଙ୍କର ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ ଘରୋଇ ସ୍କୁଲ ଏହାର ଫାଇଦାଉଠାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।ତେଣୁ ପିଲାମାନଙ୍କ ଶିକ୍ଷାର ସ୍ବାର୍ଥକୁ ସରକାର ଦୃଷ୍ଟି ଦେଇ ତୁରନ୍ତ ଶିକ୍ଷକମାନଙ୍କ ଦାଵି ପୁରଣ କରିବାକୁ ଅଭିଭାବକ ମାନେ ଦାଵୀକରିଛନ୍ତି।