
ହିଞ୍ଜିଳିକାଟୁ(୧୬/୯) : ଅସୁରକ୍ଷିତ ହିଞ୍ଜିଳିକାଟୁ । ଦିବା ଆଲୋକରେ ମାତିଛନ୍ତି ଲୁଟେରା । ପୋଲିସକୁ ଭ୍ରୁକ୍ଷେପ ନ କରି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ କରୁଛନ୍ତି ଛିନତାଇ । ହିଞ୍ଜିଳି ପୋଲିସ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଶନିବାର ବସଷ୍ଟାଣ୍ଡ ପରିସରରେ ଲୁଟ୍ ହୋଇଛି । ଛିନତାଇର ଶିକାର ହୋଇଛନ୍ତି ମେଡିକାଲରୁ ଚିକିତ୍ସିତ ହୋଇ ଫେରିଥିବା କୋରାପୁଟ ଅଞ୍ଚଳର ନିରୀହ ଦମ୍ପତି ହେଲେ ସୁରେନ୍ଦ୍ର ଦାଶ ଓ ସ୍ତ୍ରୀ ସୁମିତ୍ରା ଦାଶ। ଲୁଟେରା ଦମ୍ପତିଙ୍କ ଠାରୁ ବ୍ୟାଗ ରେ ଥିବା ୧୦ ହଜାର ଟଙ୍କା,୨ଗୋଟି ମୋବାଇଲ ଫୋନ, ୨ଗୋଟି ବ୍ୟାଙ୍କ ପାସବୁକ,ସୁନା ଲକେଟ୍ , ଏଟିଏମ୍ କାର୍ଡ ସହମେଡିକଲ କାଗଜପତ୍ର ଥିବା ଵ୍ୟାଗ ଛଡ଼ାଇ ଚମ୍ପଟ ହୋଇ ଯାଇଛନ୍ତି ।
ଖଵରରୁ ପ୍ରକାଶ ଦମ୍ପତି ବିଶାଖାପାଟଣା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଵସ ଯୋଗେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ସକାଳ ୫ଘଣ୍ଟ ସମୟରେ ଓଲ୍ଲାଇଥିଲେ ।ସେଠାରୁ ସମ୍ପର୍କୀୟଙ୍କ ଗ୍ରାମ ପୁରୁଷୋତ୍ତମପୁର ବ୍ଲକ୍ ପାଣ୍ଡିଆ ଗ୍ରାମ କୁ ଯିବା ପାଇଁ ହିଞ୍ଜିଳିକାଟୁ ବସଟର୍ମୀନାଲ ପରିସରରେ ଗାଡିକୁ ଅପେକ୍ଷା କରିଥିଲେ। ସୁରେନ୍ଦ୍ର ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ କୁ ଯାଇଥିବା ବେଳେ ୨ ଜଣ ଯୁବକ ଆସି ମହିଳା ଏକାକୀ ଥିବା ଦେଖି ଦ୍ରୁତ ଗତିରେ ମାଡ଼ି ଆସିଥିଲେ ୨ ଜଣ ଯୁବକ । ଆଖି ପିଛୁଳାକେ ବ୍ୟାଗ ଲୁଟି ନେଇ ଆହାରକେନ୍ଦ୍ର ରାସ୍ତା ଦେଇ ଫେରାର୍ ହୋଇ ଯାଇଛନ୍ତି ।ଲୁଟର ଶିକାର ହୋଇଥିବା ଦମ୍ପତି ଏନେଇ ହିଞିଳି ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ନିକଟସ୍ଥ ଅଞ୍ଚଳରେ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ।ତଥାପି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ