ସନାତନ ଧର୍ମକୁ ନିପାତ କରିବାକୁ ଧମକପୂର୍ଣ୍ଣ ଅଭିଯୋଗକୁ ଭିତ୍ତିକରି ଥାନାରେ ରିପୋର୍ଟ…

add-all

ଉମରକୋଟ(୧୫/୦୯) : ଯୁଗଯୁଗ ଧରି ସାଧୁସନ୍ଥମାନେ ସନାତନ ଧର୍ମକୁ ପାଥେୟ କରି ନିଜର ତନ ମନ ଧନ ଦେଇ ଯୋଗ ସାଧନା କରି ଆସୁଛନ୍ତି, ଯେଉଁ ଧର୍ମକୁ ବିଶ୍ୱାସ କରି ଭାରତବର୍ଷର ହିନ୍ଦୁଧର୍ମ ଗଢି ଉଠିଛନ୍ତି l ବହୁବର୍ଷ ଧରି ଦେଖିବାକୁ ମିଳୁଛି ୧୨ବର୍ଷରେ ଥରେ କୁମ୍ଭ ମେଳାରେ ହଜାର ହଜାର ‘ନାଗା ସାଧୁ ‘ଏକାଠି ହୁଅନ୍ତି ଆଜି ପର୍ଯ୍ୟନ୍ତ କେହି ଜାଣିବାକୁ ପାରିଲା ନାହିଁ ଯେ ସେମାନେ କେମିତି ଆସୁଛନ୍ତି ? କେଉଁଠାରୁ ଆସୁଛନ୍ତି ? ଏମିତି ଅନେକ ପ୍ରମାଣ ଇତିହାସରେ ବିରଳ ଏହା କ’ଣ ସବୁ ମିଥ୍ୟା ? ଭାରତବର୍ଷରେ ଯଦି ସନାତନ ଧର୍ମ ମିଥ୍ୟା ତାହାହେଲେ ଭାରତବର୍ଷର ସମସ୍ତ ଅଦାଲତରେ ସେହିଁ ସନାତନ ଧର୍ମର ” ଗୀତା ” ଉପରେ ହାତ ରଖି ମହାମାନ୍ୟ ବିଚାରପତି ଶପଥ ପାଠ କାହିଁକି କରାନ୍ତି ? ଏଥିରୁ ପ୍ରମାଣ ହୂଏ ସନାତନ ଧର୍ମ ପୂର୍ଣ୍ଣଜାଗ୍ରତ ସାସ୍ୱତ l କିଛି ଦିନ ପୂର୍ବେ କିଛି ସାମୁହିକ ବ୍ୟକ୍ତି ଏହି ସନାତନ ଧର୍ମକୁ ନେଇ ତାମିଲନାଡୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଆନୁମାନିକ ବୟସ 45 ବର୍ଷ ସନାତନ ଧର୍ମକୁ ନିପାତ କରିବାକୁ ଧମକପୂର୍ଣ୍ଣ ଭାଷଣ ଦେଇ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ, କରୋନା ଭୁତାଣୁ ସହିତ ତୁଳନା କରିଛନ୍ତି ଏହି ସବୁ ମାରାତ୍ମକ ଭୁତାଣୁ ସମାଜରୁ ମୂଳ ଉତ୍ପାଟନ କରିବାକୁ ପଡିବ ଏହା ସାଧାରଣତ ସମ୍ବିଧାନର ଧାରା 25 ଓ 26 ର ଉଲଙ୍ଘନ ଅଟେ, କେବଳ ସେଥିକି ନୁହେଁ ଏହା ପରେ ପରେ ଡିଏମକେ ନେତା ଏ ରାଜା କହିଲେ ଉଦୟନିଧି ଷ୍ଟାଲିନ ମନ୍ତବ୍ୟ ସତ ଅଟେ l କହିବାକୁ ଗଲେ ଏହି ସନାତନ ଧର୍ମ କୁଷ୍ଠ ବା ଏଚଆଇଭି ଯେଭଳି ଘୃଣିତ ରୋଗ ସେହି ଭଳି ସନାତନ ଧର୍ମ ଘୃଣିତ ଅଟେ ଏହି କଥାର ସମର୍ଥନ କରି ପ୍ରେୟନ ଖଡ଼ଗେ ପିତା ମଲିକାର୍ଜୁନ ଖଡ଼ଗେ କହିଲେ ଯେ ଏହାକୁ ବେମାର ସହିତ ତୁଳନା କରିବା ଭୁଲ ନୁହେଁ ଏବଂ ଭବିଷ୍ୟତରେ ସନାତନ ଧର୍ମ ପୃଥିବୀ ନିମନ୍ତେ ବଡ଼ ବିପଦ ବଲି କହିବାକୁ ପଛାଇ ନ ଥଲେ l ଏହି ପରିପେକ୍ଷିରେ ନବରଙ୍ଗପୁର ଜ଼ିଲ୍ଲା ଉମରକୋଟର ରାମ ମନ୍ଦିର ପ୍ରାଙ୍ଗନରେ ସନାତନ ଧର୍ମର ସବୁ ଵର୍ଗର ବରିଷ୍ଟ ଜ୍ଞାନୀ ଗୁଣି ଭଦ୍ର ବ୍ୟକ୍ତି ଉପସ୍ଥିତ ହୋଇ ଧୂପ ଦୀପ ପ୍ରଜ୍ଜଳନ କରି ଶପଥ ପାଠ ଅନ୍ତେ କହିଲେ ସନାତନ ଧର୍ମ ଭିତରେ ” ଆମେ ସମସ୍ତେ ଭାଇ ଭାଇ, ଆମ ଭିତରେ ଛୋଟ ବଡ଼ କେହି ନାହିଁ ” ଏହାକୁ ଧନୀ ଦେଇ ଉପର ଲିଖିତ ଘଟଣାକୁ ତୀବ୍ର ନିନ୍ଦା ଓ ପ୍ରତିବାଦ କରି ସମସ୍ତେ ସଙ୍ଗଠିତ ହୋଇ ଉମରକୋଟ ଥାନାରେ ଯାଇ ମହାମାନ୍ୟ ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରି ଯେଉଁ ମାନେ ସନାତନ ଧର୍ମକୁ ନେଇ ସମାଜରେ ଅଶାନ୍ତି ଓ ହିଂସା କାଣ୍ଡ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଉପରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ ଭଳି କଠୋର ଦଫା ଲଗାଇ କାର୍ଯ୍ୟନୁଷ୍ଠାନ କରାଯାଉ l ଯାହା ଫଳରେ ଏଭଳି ଘୃଣିତ କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ l

ad-week
Leave A Reply

Your email address will not be published.